୮ ବଖରା ଘର ସହ ଜଳିଗଲେ ନବ ବିବାହିତା

Spread the love

ଭଦ୍ରକ, ୧୩/୫ (ସନ୍ଧାନ ନିୟୁଜ)  ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓଗାଳପୁର ଗ୍ରାମରେ ଅଗ୍ନିକାଣ୍ଡ ଗଟି ୮ ବଖରା ଘର ସହିତ ଜଣେ ନବ ବିବାହିତା ମହିଳା ପୋଡିଯାଇ ମୃତ୍ୟୁ ବରଣ କରିଛନ୍ତି। ଆଜି ମଧ୍ୟାହ୍ନରେ ଓଗାଳପୁର ଗ୍ରାମର ଦୁର୍ଗା ଚରଣ ଟୁଡୁଙ୍କ ଘରେ ନିଆଁ ଲାଗିଯାଇଥିଲା। ଘରେ ଲାଗିଥିବା ନିଆଁ ଏତେ ତୀବ୍ର ହୋଇଯାଇଥିଲା ଯେ ଘରେ ଥିବା ଦୁର୍ଗାଙ୍କ ନବ ବିବାହିତା ପତ୍ନୀ ପଙ୍କଜିନୀ ଘର ଭିତରୁ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଦୁର୍ଗା ଗତ ମାସ ଏପ୍ରିଲ ୨୪ ତାରିଖରେ ବିବାହ କରିଥିଲେ। ଏଥି ସହିତ ଏହି ନିଆଁରେ ପଡୋଶୀ ବିଶ୍ୱନାଥ ହାଁସଦା, ଜିତୁ ହାଁସଦାଙ୍କ ଘର ମଧ୍ୟ ପୋଡି ହୋଇଯାଇଥିଲା। ଖବର ପାଇ ଭଦ୍ରକରୁ ଦମକଳ ବାହିନୀ ଯାଇ ନିଆଁ ଲିଭାଇଥିଲା। ମାତ୍ର ସେତେବେଳକୁ ଏହି ୩ଟି ପରିବାର ୮ ବଖରା ଘର ସମେତ ଘରର ସମସ୍ତ ଆସବାବପତ୍ର, ଲୁଗାପଟା, ଧାନ ଚାଉଳ ପୋଡିଯାଇ ସାରିଥିଲା। ଅନ୍ୟପକ୍ଷରେ ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି୧୦୮ ଆମ୍ବୁଲାନ୍ସ ଯୋଗେ ପଙ୍କଜିନୀଙ୍କ ମୃତଦେହ ମେଡିକାଲକୁ ଆଣିବା ସହିତ ବ୍ୟବଚ୍ଛେଦ କରାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 

Related Posts

About The Author

Add Comment