କବାଟବନ୍ଧ ୧୨ ।୩(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଂଚାୟତ ମାଳହାଟ ଠାରେ ଆଜକୁ ୭୨ ବର୍ଷ ପୁର୍ବରୁ ଆରମ୍ଭ ହୋଇଥିବା ମେଲଣ ଉସôବ ଉଦଯାପିତ ହୋଇଯାଇଛି । ଏହି ମେଲଣ ଉସôବରେ ସାତଖଣ୍ଡ ମୌଜାର ଅନେକ ଲୋକ ଏକତ୍ର ହୋଇଥିଲେ । ରାଧାକୃଷ୍ଣଙ୍କର ମେଲଣ ଉସôବକୁ ରାତିଭରି ଉପଭୋଗ କରିଥିଲେ ଶହ ଶହ ଶ୍ରଦ୍ଧାଳୁ । ସୋମବାର ହାଟ ପଡିଆଠାରେ ଶତାଧିକ ଦୋକାନ ବଜାରରେ ମହିଳା, ପୁରୁଷ ଓ ଯୁବକ ଯୁବତୀ ମାନେ ରୁଣ୍ଡିଭୁତ ହୋଇ ଘରକରଣା ଜିନିଷ ପତ୍ର କିଣିଥିଲେ । ଏହି ମେଲଣ ଉସôବରେ ପଡୋଶି ଢେଙ୍କାନାଳ ଜିଲାର ମଞ୍ଜୁରୀପଡା, ଦଶମାଣ ଅଂଚଳର ସହଭାଗିତାରେ ଏହି ମେଲଣ ବେଶ ଉସôବ ମୁଖର ହୋଇଥିଲା । ଏହି ମେଲଣରେ ବିଭିନ୍ନ ଅଂଚଳରୁ ରଙ୍ଗ ବେରଙ୍ଗର ବିମାନ ମାନ ସଜିତ ହୋଇ ଆସିଥିଲା । ସଙ୍କୀର୍ତ୍ତନ ସହିତ ଘୋଡାନାଚ, ଡିଜେ ବାଜା, ବାଡିଖେଳ, ସିଙ୍ଘବାଜା, ଘଣ୍ଟୁଆଦଳ, ମେଲୋଡିଦଳ, ଆଧୁନିକ ନୃତ୍ୟ ରେ ସଜିତ ହୋଇ ବିମାନ ଗୁଡିକ ଦୋଳମଣ୍ଡପ ନିକଟକୁ ଆସିଥିଲେ । ଅନୁଷ୍ଠାନ ପକ୍ଷରୁ ଆସିଥିବା ଗା୍ରମ ମାନଙ୍କର ବିମାନ ମଧ୍ୟରୁ ଶ୍ରେଷ୍ଟ ବଛାଯାଇ ୧ମ ପୁରଷ୍କାର, ୨ୟ ପୁରଷ୍କାର, ୩ୟ ପୁରଷ୍କାର, ଦିଆଯାଇ ବିଦା କରାଯାଇଥିଲା । କିର୍ତ୍ତନ ଦଳର ମୁଖିଆଙ୍କୁ ଉତ୍ତରୀୟ ଓ ଫୁଲମାଳା ପିନ୍ଧାଯାଇ ସମ୍ମାନିତ କରାଯାଇଥିଲା । ଏହି ମେଲଣରେ ଥାନପତି ବିଛାଖଣ୍ଡିର ମଦନ ମୋହନଜୀୟୁ, କଲାଣ୍ଡର ବୃନ୍ଦାବନଜୀୟୁ, ପାଟପୁରର ରାଧାକୃଷ୍ଣଜୀୟୁ, ନିତ୍ୟାନନ୍ଦପୁର, ଗଙ୍ଗାଧରପୁର, ଭାତୁରୀପଷି, ସିନ୍ଦୁରିଆ ପକ୍ଷରୁ ବିମାନ ମାନ ଅଂଶ ଗ୍ରହଣ କରି ପାରମ୍ପରିକ ନୃତ୍ୟସଙ୍ଗୀତ ସଙ୍କର୍ତ୍ତନରେ ଉସôବକୁ ସରସ ସୁନ୍ଦର କରିଥିଲେ । ଦୋଳମଣ୍ଡପରେ ସମସ୍ତ ବିମାନ ପହଞ୍ଚôବା ପରେ ଧୁପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ଜୀୟୁମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ଜେନାପୁର ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା ।
୭୨ତମ ମାଳହାଟ ମେଳଣ ଉଦଯାପିତ
|
March 12, 2020 |