କଟକ 21/7(ସନ୍ଧାନ ନିୟୁଜ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଟକ ସହରର ସ୍ଥିତି ସମ୍ମୂର୍ଣ୍ଣ ବେହାଲ ହୋଇପଡ଼ିଛି । ତେବେ କଟକ ସହର ଜଳମଗ୍ନ ହେବା ପରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ତପôରତା ପ୍ରକାଶ କରିଛନ୍ତି । ସହରରୁ ଜଳ ନିଷ୍କାସନ ପାଇଁ ୨୦୦ଟି ପମ୍ପ ଲଗାଯାଇଥିବା ଜଣାଯାଇଛି । ସେହିପରି ଜଳବନ୍ଦୀ ସହରବାସୀଙ୍କୁ ସିଏମସି ପକ୍ଷରୁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ୭ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପଠାଯାଇଛି । ତେବେ ଆହୁରି ୯ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ସିଏମସି କମିଶନର ବିକାଶ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ବର୍ଷା ଯୋଗୁଁ ସହରର ବେହାଲ ପରିସ୍ଥିତିକୁ ଦୃଷ୍ଟି ରଖି ସିଏମସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ପାଣି ଘେରରେ ଥିବା ଲୋକଙ୍କ ପାଇଁ ୨ଟି ହେଲ୍ପ ଲାଇନ ନମ୍ବର(୧୮୦୦୩୪୫ ୬୭୨୮, ୦୬୭୧-୨୩୧୦୪୭୨) ଜାରି କରାଯାଇଛି ।
୭ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପଠାଇଲା ସିଏମସି
|
July 21, 2018 |