ବାରିପଦା, ୨୫/୯(ସନ୍ଧାନ ନ୍ୟୁଜ୍ /ଲିଙ୍ଗରାଜ ପଣ୍ଡା) : ଅର୍ଥ ଲୋଭ ମଣିଷକୁ ଅନ୍ଧ କରିଛି । ମାନବିକତା, ଦୟା, କ୍ଷମା ଭଳି ଗୁଣଠାରୁ ଦୂରେଇ ଯାଉଛି ମଣିଷ । କେବଳ ଅର୍ଥ ହିଁ ମଣିଷ ନିକଟରେ ମୁଖ୍ୟ ବସ୍ତୁଭାବେ ଉଭା ହୋଇଥିବାବେଳେ ହିତାହତ ଜ୍ଞାନ ହରାଇ ମଣିଷ ପଣିଆକୁ ଭୁଲି ନିର୍ଦ୍ଦୟ ଓ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛି । ଏଭଳି ଏକ ଘଟଣା ମୟୁରଭଞ୍ଜ ଜି ଲୁ। କରଞ୍ଜିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । କିଆପାଣପୋଶୀ ଗାଁରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷିୟ ଛାତ୍ରକୁ ମାତ୍ର ୫୦୦ ଟଙ୍କା ଚୋରି ଅଭିଯୋଗରେ ପଡୋଶୀମାନେ ପିଟି ପିଟି ମାରିଦେଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । କରୋନା ମହାମାରୀବେଳେ ଏଭଳି ହୃଦୟବିଦାରକ ହତ୍ୟାକାଣ୍ଡ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଗ୍ରାମର ସ୍ବର୍ଗତ ଯୋଗେଶ୍ବର ବେହେରାଙ୍କ ସାନ ପୁଅ ତା’ର ମୃତ୍ୟୁ ଘଟିଥିଲା । ତାକୁ ମାରପିଟ୍ କରି ଥିବା ସମ୍ପୂକ୍ତ ମହିଳା ସ୍ବୀକାର କରିଥିଲେ ବି କିପରି ମୃତ୍ୟୁ ଘଟିଲା ତାହା ଜାଣି ନଥିବା କହିଛନ୍ତି । ଖବର ପାଇ କରଞ୍ଜିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚଳାଇଛି । ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ସନ୍ଦେହ କରୁଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ନାବାଳକ ହତ୍ୟାକାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଇଛି ।
ତାଜା ଖବର
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍