କଟକ,(ସନ୍ଧାନ ନ୍ୟୁଜ୍) : କଟକ ସଦର ୪୨ ମୌଜା ଅଞ୍ଚଳର ସର୍ବପୁରାତନ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ପକ୍ଷରୁ ପାରମ୍ପରିକ ପୂଜ୍ୟପୂଜା ସହ ପ୍ରତିଭା ସମ୍ମାନ ଭଳି ମହାନ୍ କାର୍ଯ୍ୟକ୍ରମ ସଭାପତି କବୀ ଶ୍ରୀମତୀ ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ୪୨ ମୌଜା ଦେଉଳି ଗ୍ରାମର ଧାଡ଼ି ନାୟକଙ୍କ ଶତାୟୁ ଧର୍ମପତ୍ନୀ ଚାନ୍ଦ ନାୟକଙ୍କୁ ଉତ୍ତରୀୟ,ଶାଢ଼ୀ,ପୁଷ୍ପଗୁଚ୍ଛ ଓ ମାନପତ୍ର ଅର୍ପଣ କରି ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ,ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ରାଉତ ଯୋଗ ଦେଇଥିଲେ । ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ମାଧ୍ୟମ ପୁତ୍ର ସାରସ୍ବତ ସାଧକ ତଥା ବିଶିଷ୍ଟ କବି ଜୟକୃଷ୍ଣ ନାୟକ,କୈଳାଶ ଚନ୍ଦ୍ର ନାୟକ,ବିପିନ ନାୟକ ଏବଂ ସେମାନଙ୍କ ଧର୍ମପତ୍ନୀ ମାନଙ୍କ ସହିତ ଅଦୈତ କୁମାର ଦାସ,ଅରୂପ କୁମାର ଦାସ,ଅନିତା ପଟ୍ଟନାୟକ,କାହୁଁ ଚାରଣ ପତି,ଅରୁଣ ଦାସ,ଅନୂପାମ ଦାସ,ଅମ୍ଳାନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
୪୨ ମୌଜା ଦେଉଳି ଗ୍ରାମର ଶତାୟୁ ମହିଳା ଚାନ୍ଦ ନାୟକଙ୍କୁ ସମ୍ୱର୍ଦ୍ଧନା
|
November 9, 2023 |