ଯାଜପୁର, ୧୭/୩ (ସନ୍ଧାନ ନିୟୁଜ/ଜେ ରାଉତ) : ରସୁଲପୁର ବ୍ଲକ ଅନ୍ତର୍ଗତ ଜାବରା ପଂଚାୟତରୁ ଆଜି ସକାଳେ କୁଆଖିଆ ପୋଲିସ ପକ୍ଷରୁ ଜନୈକ ଚୋରା ଦେଶୀ ମଦ ବ୍ୟବସାୟୀ ଘରୁ ୪.୫ଲିଟର ମହୁଲି ମଦ ଜବତ କରାଯାଇଛି । ମଦ କାରବାରରେ ସଂପୃକ୍ତ ବ୍ୟବସାୟୀ ବିନ ମଲିକ(୩୦) କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଘଟଣାରୁ ପ୍ରକାଶ ବ୍ୟବସାୟୀ ବିନ ବେଆଇନ ମଦ କାରବାରରେ ସଂପୃକ୍ତ ଥିବା ନେଇ ପୋଲିସ ନିକଟରେ ଖବର ପହଁଚି ଥିଲା । ସେହି ମୁତାବକ ପୋଲିସ ତା ଘର ଉପରେ ଚଡାଉ କରି ମଦ ଭର୍ତ୍ତି ଏକ ଜାରକୁ ଜବତ କରିଥିଲା । ସେ ଦେଶୀ ମଦ ପ୍ରସ୍ତୁତ କରି ବ୍ୟବସାୟ କରୁଛି । ମଦ ପ୍ରସ୍ତୁତ କରବା ପାଇଁ ବାହାର ଜିଲାରୁ କଂଚାମାଲ ସଂଗ୍ରହ କରି ମଦ ପ୍ରସ୍ତୁତ କରୁଥିଲା ବୋଲି ଚର୍ଚ୍ଚା ହେଉଛି । ପୋଲିିସ ମଦ ଜବତ କରିବା ସହ ଏ ନେଇ ଥାନାରେ କେସ୍ ନଂ-୭୧/୧୯ରେ ଏକ ମାମଲା ରୁଜୁ କରିଛି । ପୋଲିସ ଏସ.ଆଇ ଦିଲୀପ କୁମାର କାଣ୍ଡି ମମାଲାର ତଦନ୍ତ କରୁଛନ୍ତି ।
୪.୫ଲିଟର ମହୁଲି ମଦ ଜବତ, ବ୍ୟବସାୟୀ କୋର୍ଟ ଚାଲାଣ
|
March 17, 2019 |



