ଭଦ୍ରକ, 28.01.2021 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):– ରାଜ୍ୟର ପ୍ରମୁଖ ସହରମାନଙ୍କରେ ବେଧଡ଼କ ଚାଲିଛି ନିଶା କାରବାର। ପୁଣି ୪ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ଭଦ୍ରକ ପୋଲିସ। ଭଦ୍ରକ ସହରାଞ୍ଚଳ ଥାନା ଅଧିନ ବିଭିନ୍ନ ସ୍ଥାନରୁ ୬୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଖାଲି ସେତିକି ନୁହେଁ ନିଶା କାରବାର ସାମ୍ରାଜ୍ୟରେ ଏମାନେ ସାଜିଛନ୍ତି ବାଦଶାହ। ବ୍ରାଉନସୁଗାର ସହ ୨୨ଟି ମୋବାଇଲ ଫୋନ୍ ଏବଂ ୩ଟି ବାଇକ୍ ଜବତ କରିଛି ଭଦ୍ରକ ସହରାଞ୍ଚଳ ପୋଲିସ। ପୋଲିସର ସୂଚନା ମୁତାବକ, ଦୀର୍ଘଦିନ ଧରି ଭଦ୍ରକ ସହରରେ ଏମାନେ ନିଶା କାରବାର ଚଳାଇ ଆସୁଛନ୍ତି। ଏ ସଂପର୍କରେ ଜାଣିବା ପରେ ନିଶା ବେପାରୀଙ୍କୁ କାବୁ କରିବାକୁ ଭଦ୍ରକ ପୋଲିସ ଆରମ୍ଭ କରିଥିଲା ଅପରେସନ୍। ଟାଉନ ଥାନା ପୋଲିସର ଏକ ଟିମ୍ ସହରାଞ୍ଚଳ ଥାନା ଅଧିକ ବିଭିନ୍ନ ସ୍ଥାନରେ ଚାଲିଥିବା ନିଶା କାରବାର ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨୪ଟି ପ୍ୟାକେଟ୍ରୁ ୬୧ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ୧୭ଟି କିପ୍ୟାଡ୍ ଫୋନ୍ ଏବହ ୫ଟି ସ୍କ୍ରିନ୍ ଟଚ୍ ମୋବାଇଲ ମଧ୍ୟ ଜବତ ହୋଇଛି। ସଂପୃକ୍ତ ୪ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଗତକିଛି ଦିନ ତଳେ ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ଏକ କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଥିଲା। ଏସ୍ଟିଏଫ୍ର ଏକ ଟିମ୍ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଥିଲେ।
୪ ନିଶା ବେପାରୀ ଗିରଫ, ୬୧ ଗ୍ରାମର ବ୍ରାଉନ ସୁଗାର ଜବତ
|
January 28, 2021 |
