୪ ଦିନରେ ଶିମିଳିପାଳ ବୁଲିଲେ ୫୩୬ ପର୍ଯ୍ୟଟକ

Spread the love

ବାରିପଦା, 4/11 (ସନ୍ଧାନ ନ୍ୟୁଜ୍) ;- ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ଚାରି ଦିନ ମଧ୍ୟରେ ମୋଟରେ ୧୩୬ ଜଣ ପର୍ଯ୍ୟଟକ ବୁଲିଥିବା ଜଣାଯାଇଛି । ସେଥିମଧ୍ୟରୁ ରାଜ୍ୟ ବାହାରର ୧୧୭ ଜଣ ପର୍ଯ୍ୟଟକ ଅନ୍ତର୍ଭୁକ୍ତ  ଆଜି ଚତୁର୍ଥ ଦିନରେ ମୋଟ ୧୭ଟି ଗାଡିରେ ରାଜ୍ୟ ବାହାରର ୪୭ ଜଣ ପର୍ଯ୍ୟଟକଙ୍କ ସମେତ ମୋଟରେ ୧୦୫ ଜଣ ପର୍ଯ୍ୟଟକ ଯାଇଥିଲେ ଏବଂ ସେହି ପର୍ଯ୍ୟଟକମାନଙ୍କ ମଧ୍ୟରେ ୬୪ ଜଣ ପୁରୁଷ, ୩୫ ଜଣ ମହିଳା ଓ ୬ ଜଣ ବିଦ୍ୟାର୍ଥୀ ଥିଲେ। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶ ପଥ ମଧ୍ୟରୁ ବାରିପଦା ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ । ୯ଟି ଗାଡିରେ ରାଜ୍ୟ ବାହାରର ୧୯ ଜଣ ପର୍ଯ୍ୟଟକଙ୍କ ସମେତ ମୋଟ ୬୪ ଜଣ ପର୍ଯ୍ୟଟକ ଏବଂ ଯଶିପୁର କାଳିଆଣି ତନଖ୍ ଫାଟକ ଦେଇ ୮ଟି ଗାଡିରେ ରାଜ୍ୟ ବାହାରର ୨୮ ଜଣ ପର୍ଯ୍ୟଟକଙ୍କ ସମେତ ମୋଟ ୪୧ ଜଣ ଯାଇଥିଲେ । ପର୍ଯ୍ୟଟକମାନେ ଶିମିଳିପାଳ • ଅଭୟାରଣ୍ୟରେ ହାତୀ ଓ ହରିଣ ପଲ ଦେଖୁର୍ବାକୁ ପାଇଥିବା ସହ ବରେହିପାଣି ଓ ଯୋରନ୍ଦାର ଜଳପ୍ରପାତକୁ ଦେଖୁ ଅଧୁକ ଆକର୍ଷିତ ହୋଇଥିଲେ । ଆଗାମୀ ଦିନରେ ଶିମିଳିପାଳକୁ ଅଧୁକରୁ ଅଧୁକ ସଂଖ୍ୟକ ରାଜ୍ୟ ବାହାରର ପର୍ଯ୍ୟଟକମାନେ | ଆସିବା ସକାଶେ ଅଧୁକ ଆଗ୍ରହୀ ଥିବା ଜଣାପଡିଛି । ପ୍ରଥମ ଦିନରେ ମୋଟ ୪୩ଟି ଗାଡିରେ ୨୫୮ ଜଣ ପର୍ଯ୍ୟଟକ, ଦ୍ବିତୀୟ ଦିନରେ ମୋଟ ୨୧ଟି ଗାଡିରେ ୧୧୮ ଜଣ ପର୍ଯ୍ୟଟକ ଏବଂ ତୃତୀୟ ଦିନରେ ୯ଟି ଗାଡିରେ ୫୫ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିଲେ। ରାଜ୍ୟ ବାହାରର ୪ ଜଣ ପର୍ଯ୍ୟଟକ ପ୍ରଥମ ଦିନରେ, ୪୬ ଜଣ ପର୍ଯ୍ୟଟକ ଦିତୀୟ ଦିନରେ ଓ ତୃତୀୟ ଦିନରେ ୨୦ ଜଣ ପର୍ଯ୍ୟଟକ ଯାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଭୟାରଣ୍ୟକୁ ଯାଉଥିବା ପର୍ଯ୍ୟଟକମାନଙ୍କ ପାଇଁ ଏଥର କୋଭିଡ- ୧୯ ନିୟମାବଳୀ ଅନୁସରଣ କରାଯିବା ବାଧ୍ୟତାମୂଳକ କରାଯାଇଛି । ଦୈନିକ ସର୍ବାଧୂକ ପ୍ରଥମେ ପହଞ୍ଚୁଥିବା ୩୫ ଗୋଟି ଚାରିଚକିଆ ଯାନ ଯଶିପୁର କାଳିଆଣି ତନଖୁ ଫାଟକ ମଧ୍ୟ ଦେଇ ଓ ପ୍ରଥମେ ପହଞ୍ଚୁଥିବା ୨୫ ଗୋଟି ଚାରିଚକିଆ ଯାନ ପିଠାବଟା ତନଖ୍ ଫାଟକ ମଧ୍ୟ ଦେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ନିମନ୍ତେ ପ୍ରବେଶ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରକୁ ପ୍ରତ୍ୟହ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ମିଳି ପାରୁଛି।

Related Posts

About The Author

Add Comment