୩୦ ତାରିଖ ଅପରାହ୍ନ ଘ. ୫.୩୦ ମିନିଟରେ ଉକôଳ ବନ୍ଦନା ଗାଇ କରୋନା ଯୋଦ୍ଧାଙ୍କୁ ଉସôାହିତ କରନ୍ତୁ: ଜିଲ୍ଳ୍ାପାଳ ।

Spread the love

ଯାଜପୁର, ୨୯/୦୫/୨୦ (ସନ୍ଧାନ ନିଉଜ) : କରୋନା ମହାମାରି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚ୍ଥି । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣହାନି ଘଟିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି । ତେବେ ସେହି ଆକ୍ରାନ୍ତ ଲୋକ ମାନଙ୍କୁ ସାହସର ସହ ସେବା ଯୋଗାଇଦେଊଥିବା ଯୋଦ୍ଧା ମାନଙ୍କୁ ଉସôାହିତ ଓ ସମ୍ମାନ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଚ୍ଥନ୍ତି । ଏଥିପାଇଁ ଚଳିତ ମାସ ୩୦ ତାରିଖ ଶନିବାର ଅପରାହ୍ନ ଘ. ୫.୩୦ ମିନିଟ ସମୟରେ ଆମ ରାଜ୍ୟ ବନ୍ଦନା ଭାବେ ପରିଗଣିତ ବନେ୍ଦ ଉକôଳ ଜନନୀ ସଂଗୀତକୁ ସମସ୍ତ ଓଡିଆମାନେ ନିଜ ନିଜ ସ୍ଥାନରେ ଗାନ କରିବାକୁ ଆହ୍ୱାନ ଦେଇଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଶୁକ୍ରବାର ଅପରାହ୍ନରେ ଜିଲ୍ଳ୍ାର ସମସ୍ତ ବି.ଡି.ଓ., ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଭିଡିଓ କନ୍ପଂରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ । ଆମ ଜିଲ୍ଳ୍ାରେ କରୋନାର କରାଳ ରୂପ ବ୍ୟାପକ ପ୍ରଭାବ ପକାଇଚ୍ଥି । ତା ସହିତ ଆମର କରୋନା ଯୋଦ୍ଧା ଯଥା ଡାକ୍ତର, ନର୍ସ ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀ , ଆଶା, ଅଙ୍ଗନୱାଡି, ସପେଂଇ କର୍ମଚାରୀ, ପୋଲିସ ଓ ସୁରକ୍ଷା ବାହିନୀ, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପତିନିଧି, ସେଚ୍ଚ୍ଥାସେବୀ ପ୍ରମୁଖ ବହୁତ ପରିଶ୍ରମ କରିଚ୍ଥନ୍ତି ଓ କରୁଚ୍ଥନ୍ତି ମଧ୍ୟ । ସେମାନଙ୍କ ସେବାକୁ ସମ୍ମାନ ଓ ସ୍ୱୀକୃତି ଦେବାପ୍ାଇଁ ନିର୍ଦ୍ଧାରିତ ସମୟରେ ଉପଯୁକ୍ତ ସାମାଜିକ ଦୂରତା ବଜାୟ ରଖି ଓ ମାସ୍କ ବ୍ୟବହାର କରି ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ସାଧାରଣ ବ୍ୟକ୍ତି ବିଶେଷ ସାମିଲ ହୋଇ ବନେ୍ଦ ଉକôଳ ଜନନୀ ସଂଗୀତ ଗାନ କରିବାକୁ ପରାମର୍ଶ ଦେଇଥିଲେ । ଅପରପକ୍ଷରେ ଜିଲ୍ଳ୍ା ସ୍ତରରେ ଗାନ୍ଧି ଚ୍ଥକ ଠାରେ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଯଥା- ସାହିତି୍ୟକ, ସଂସ୍କୃତି ସଂପନ୍ନ ବ୍ୟକ୍ତି, ବୁଦ୍ଧିଜିବୀ, ରାଜନୈତିକ ବ୍ୟକ୍ତି, ସ୍ୱେଚ୍ଚ୍ଥାସେବୀ, ଗଣମାଧ୍ୟମ, ଆରକ୍ଷୀ ବିଭାଗ, ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟକ୍ତି ବିଶେଷଙ୍କୁ ସାମିଲ କରି, ସାମାଜିକ ଦୂରତା ବଜାୟ ରଖି ଓ ମାସ୍କ ବ୍ୟବହାର କରି ଏହି ସମୟରେ ସାମୁହିକ ଉକôଳ ବନ୍ଦନା ଗାନର ବ୍ୟବସ୍ଥା କରାଯାଇଚ୍ଥି । ଜିଲ୍ଳ୍ାପାଳ ଶ୍ରୀ ଦାସ ସମସ୍ତ ଲୋକ ମାନଙ୍କୁ ଏଥିରେ ସହଯୋଗ ପାଇଁ ଅନୁରୋଧ କରିଚ୍ଥନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଗୃହରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଉକôଳ ବନ୍ଦନା ଗାନ କରି ଆମ ଏକତ୍ୱ ଓ କରୋନା ଯୋଦ୍ଧାଙ୍କୁ ଉସôାହିତ କରିବାର ନିଦର୍ଶନ ପ୍ରଦର୍ଶିତ କରିବାକୁ ସେ ନିବେଦନ କରିଚ୍ଥନ୍ତି । ଅପର ପକ୍ଷରେ ବିଭିନ୍ନ ପୂଜା କମିଟି, ବଜାର କମିଟି, ବସ୍ ମାଲିକ ସଂଘ, ବିଭିନ୍ନ ସଂଗଠନ ମଧ୍ୟ ଅନୁରୂପ ଭାବେ ସାମାଜିକ ଦୂରତା ରଖି ଏହି ବନ୍ଦନା ଗାନ କରିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।

Related Posts

About The Author

Add Comment