ବାରିପଦା,୧୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ନିରୀହ ଶିଶୁକନ୍ୟା ପରୀକୁ ବଳାହାର ପରେ ହତ୍ୟା ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବା ବଳେ ପରୀପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି । ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଦିନକୁ ଦିନ ଖୁବ ଅସହ୍ୟ ହେଉଥିବାରୁ ସରକାରଙ୍କ ଅପାରଗତାକୁ ବିଜେପି ପକ୍ଷରୁ କରାଯାଇଥିବା ପ୍ରେସମିଟରେ ତିବ୍ର ନିନ୍ଦା କରାଯାଇଛି । କେବଳ ନିରୀହ ଶିଶୁକନ୍ୟା ପରୀନୁହେଁ ରାଜ୍ୟରେ ବିଗତ ୫ ବର୍ଷ ମଧ୍ୟରେ ୨୭୦ ନିଖୋଜ ଶିଶୁଙ୍କ ପାଇଁ ରାଜ୍ୟ ସରକାର କେବଳ ସାଧାରଣ ଜନତାଙ୍କୁ ଭକୁଆ କରି ରଖୁଛନ୍ତି । ଏଭଳି ଏକ ଅପରାଗ ସରକାର କ୍ଷମତାରେ ରହିବା କେବଳ ଜନେ ହସିବା ପରି ହେଉଛିବୋଲି ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରାଯାଇଛି । ମୟୂରଭଞ୍ଜ ବିଜେପି ପକ୍ଷରୁ ସଭାପତି କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟସଂପାଦିକ ତଥା ମୟୁରଭଞ୍ଜ ସାଂସଦ ଇଂ ଟୁଡ଼ୁଙ୍କ ସମେତ ବିଧାୟକ ଦଳର ଉପନେତା ତଥା ଜିଲ୍ଲା ପ୍ରଭାରୀ ବିଷ୍ଣୁ ସେଠୀ, ରାଜ୍ୟସାଧାରଣ ସଂପାଦକ ଗୋଲକ ମହାପାତ୍ର, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି, କୃଷକମୋର୍ଚ୍ଚର ରାଜ୍ୟ ଉପସଭାପତି ରାଧାକୃଷ୍ଣ ମହାପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବିଧାୟକ ପ୍ରକାଶ ସୋରେନ, ଡଃ ବୁଢାନ ମୁର୍ମୁ, ସନାତନ ବିଜୁଳି, ପୂର୍ବତନ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ, ପୂର୍ବତନ ଜିଲ୍ଲାସଭାପତି ଡା କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାୟକ, ନିହାର ମୋଦି, ସୁଗଦା ମୁର୍ମୁ, ହେମନ୍ତ ସାହା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେପି ପକ୍ଷରୁ ଚଳିତ ମାସ ୨୦ରେ ଓଡ଼ିଶାର ସମସ୍ତ ନିର୍ବାଚନମଣ୍ଡଳୀରେ ଶିଶୁକନ୍ୟା ପରୀପାଇଁ ୧୦ କିମି ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱରରୁ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ବାହାରିଥିବା ପଦଯାତ୍ରାଡିସେମ୍ବର ୨୪ ରେ ପରୀର ଯଦୁପୁର ଗ୍ରାମଠାରେ ପହଞ୍ଚିବ। ଏହି ପଦଯାତ୍ରା ସମୟରେସଭାସମିତି, ଲିଫଲେଟ୍ ବଣ୍ଟନ କରି ସରକାରଙ୍କ ଅସଲ ମୁଖା ଲୋକଙ୍କୁ ଦେଖାଇବ ବୋଲିବିଜେପିର ମୟୁରଭଞ୍ଜ ପ୍ରଭାରୀ ବିଷ୍ଣୁ ସେଠୀ ପ୍ରକାଶ କରିଥିଲେ । ଦଳର ନିର୍ମଳ ଭାବମୂର୍ତ୍ତି ଦେଖାଇବାକୁ ଯାଇ ଅନେକ ସମୟରେ ଅନେକ ନେତାଙ୍କୁ ବଳି ପକାଇଥିବା ବିଜେଡି ସରକାର ଅରୁଣସାହୁଙ୍କୁ ଘଣ୍ଟ ଘୋଡାଉଛନ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ । ପରୀ ହତ୍ୟା ଘଟଣାକୁବିଜେପି ପକ୍ଷରୁ ବିଧାନସଭାରେ ଉପସ୍ଥାପନ କରିବା ସମୟରେ ସରକାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ ସମୟପାଇଁ ବନ୍ଦ କରିବା ସରକାରଙ୍କପଛଘୁଞ୍ଚାର ପ୍ରମାଣ ବୟାନ କରୁଛି । ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କୃଷି ଓ କୃଷକ ମାନଙ୍କ ପାଇଁ ନୂତନ କୃଷି ବିଲ୍ କେତେ ଉପାଦେୟସେ ସଂପର୍କରେ ଆଲୋଚନା ରଖୁଥିଲେ । କୃଷି ବିଲ୍କୁ ଭୁଲ ଢଙ୍ଗରେ ଲୋକଙ୍କ ପାଖରେ ଉପସ୍ଥାପିତ କରାଯାଇଛି ବୋଲି ସେ କହିବା ସହିତ ୩ ମାସ ମଧ୍ୟରେ ବିଜେପି କୃଷକମୋର୍ଟାର ମଣ୍ଡିଚାଲ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଶହ ମଣ୍ଡିର ସ୍ଥିତି ଅନୁଧ୍ୟାନ କରାଯିବା ସହ କେନ୍ଦ୍ରୀୟ ସହାୟତା ବ୍ୟାନର ମାଧ୍ୟମରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବବୋଲି ପ୍ରକାଶ କରିଥିଲେ ଚଳିତ ମାସ ୨୪ରେବାଲେଶ୍ୱରରେ ଆୟୋଜିତ ହେବାକୁ ଥିବା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଚାଷୀ ସମାବେଶରେ କେନ୍ଦ୍ରର ନୂତନ କୃଷି ନୀତି ସଂପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଯିବ ବୋଲି ସୂଚନା ଦିଆଯାଇଥିଲା । ଏହା ସହ ନବ ଉତ୍କଳର ନିର୍ମାତା ପୂଣ୍ୟଶ୍ଳୋକ ମହାରାଜାଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳନ ନେଇ ଜିଲ୍ଲାସ୍ତରରେ କୌଣସି ପ୍ରସ୍ତୁତି ହୋଇ ନ ଥିବାକୁ ସମାଲୋଚନା କରାଯାଇଥିଲା । ମନ୍ଦିର ଉନ୍ନତିକରଣ ନାମରେ ଭଙ୍ଗାରୁଜା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଐତିହାସିକ ସ୍ମାରକୀ ସ୍ଥଳକୁ ରକ୍ଷଣାବେକ୍ଷଣ କଥା ଚିନ୍ତା କରିବା ଆବଶ୍ୟକ ଥିଲା ବୋଲି କୁହାଯାଇଥିଲା ।
୩ ମାସ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ର ମଣ୍ଡିଚାଲ ଅଭିଯାନ
|
December 18, 2020 |



