ଯାଜପୁର, ୦୪/୦୨/୨୧ (ସନ୍ଧାନ ନିଉଜ): ଭାରତୀୟ ରିଜର୍ଭ ବ୍ୟାଙ୍କ ତିନି ଗୋଟି ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଙ୍କର ପଞ୍ଜିକରଣ ପ୍ରତ୍ୟାହାର କରି ନେଇଚ୍ଥନ୍ତି । ଏହି ତିନି ଗୋଟି ନନ୍-ବ୍ୟାଙ୍କିଙ୍ଗ ପାଂଇନାନ୍ସ କମ୍ପାନୀ ଗୁଡିକ ହେଲା ଅଭିନବ ହାଇଅର ପର୍ଚେଜ, ଯାହାକି ଊତ୍ତର ପ୍ରଦେଶ ବେସ୍ଡ୍ କମ୍ପାନୀ ଗୁରୁଗାଁଓ ବେସ୍ଡ୍ କମ୍ପାନୀ , ଜୁପିଟର ମ୍ୟାନେଜମେଣ୍ଟ ସର୍ଭିସ ଏବଂ ଆସାମ ବେଶ୍ଡ୍ ଏନ୍.ଇ. ଲିଜିଂ ଆଣ୍ଡ ପାଂଇନାନ୍ସ । ଅପର ପକ୍ଷରେ ୬ ଗୋଟି ଆର୍ଥିକ କାରବାର କରୁଥିବା କମ୍ପାନୀ ସେମାନଙ୍କର ପଞ୍ଜିକରଣ ଆର.ବି.ଆଇ. ନିକଟରେ ସମର୍ପଣ ବା ସରେଣ୍ଡର କରାଇଚ୍ଥନ୍ତି । ସେହି କମ୍ପାନୀ ଗୁଡିକ ହେଲା ନୋଏଡା ବେସଡ ରଘୁକୁଳ ଟ୍ରେଡିଂ, ବାରଣାଣୀ ବେସ୍ଡ୍ ଦିବ୍ୟା ଟାଇ ଅପ୍, ନିଊ ଦିଲ୍ଲୀ ବେସ୍ଡ୍ ଗିରନାର ଇନ୍ଭେଷ୍ଟମେଣ୍ଟ, ଅନେ୍ଧରୀ ବେସ୍ଡ୍ ଚଏସ୍ ଇଣ୍ଟରନ୍ୟାସନାଲ, ଜୟପୁର ବେସ୍ଡ ଦେବ୍ୟାନି ଇନ୍ପଂ୍ରାଷ୍ଟ୍ରକଚର ଓ ଗୈାହାଟୀ ବେସଡ୍, ଜେ.କେ. ବିଲଡର୍ସ ଆଣ୍ଡ ପ୍ରପର୍ଟି ଡେଭେଲେପର୍ସ । ଏହି କମ୍ପାନୀ ଗୁଡିକ ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କ ଅପଂ୍ ଇଣ୍ଡିଆ ଆକ୍ଟ ୧୯୩୪ ଧାରାରେ ପଞ୍ଜିକରଣ ପ୍ରତ୍ୟାହୃତ କରାଯାଇଚ୍ଥି ବୋଲି ଅର୍ଥ ବିଭାଗ ଇନିଷ୍ଟିଚୁ୍ୟସନାଲ ପାଂଇନାନ୍ସ ନିଦେ୍ର୍ଦଶକ ଅବଗତ କରାଇଚ୍ଥନ୍ତି । ଏହି କମ୍ପାନୀ ଗୁଡିକ କୈାଣସି ନନ୍-ବ୍ୟାଙ୍କିଙ୍ଗ ପାଂଇନାନ୍ସ ଇନିଷି୍ଟଚୁ୍ୟସନରେ ବ୍ୟବସାୟ କାରବାର କରିପାରିବେ ନାହିଁ ବୋଲି ନିଦେ୍ର୍ଦଶକ ସ୍ପଷ୍ଟ କରିଦେଇଚ୍ଥନ୍ତି । ତେଣୁ ଜନସାଧାରଣ ଏହି କମ୍ପାନୀ ଗୁଡିକ ପ୍ରତି ସତର୍କ ରହିବାକୁ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।
୩ ଗୋଟି ନନ୍-ବ୍ୟାଙ୍କିଙ୍ଗ କମ୍ପାନୀର ପଞ୍ଜିକରଣ ପ୍ରତ୍ୟାହୃତ କଲା ଆର.ବି.ଆଇ.
|
February 4, 2021 |



