ଯୋଡା, ୨୫/୨/୨୬ (ସନ୍ଧାନ ନ୍ୟୁଜ) ଓଡ଼ିଶାରେ କିଛି ବୃହତ୍ ଖଣି ର ନିଲାମ ଆଗାମୀ ୨୮ ତାରିଖରେ ହେବା କୁ ଅଛି ।ସମୁଦାୟ ୧୧ ଟି ଖଣି ନିଲାମ ହେବ ।ମିଳିଥିବା ସୂଚନା ଅନୁଯାୟୀ, ଗାର। ମୁର। ଲାଇମ ଷ୍ଟନ ଖଣି କୁ କୌଣସି ନିଲାମ ଧ।ରି ଆଗ୍ରହ ଦେଖାଇ ନ ଥିବା ବେଳେ ପଶ୍ଚିମ ତରହ।ପାଣି ବକ୍ସାଇଟ ବ୍ଲକ୍ କୁ ସବୁଠାରୁ କମ୍ କମ୍ପାନୀ ନିଲାମ ପ୍ରକ୍ରିୟାରେ ସାମିଲ ଅଛନ୍ତି ।ସେହିପରି ଯୋଡା ଖଣି ମଣ୍ଡଳ ର ଜଜାଙ୍ଗ (କ) ଆଇରନ ଓ ମାଙ୍ଗାନିଜ ଖଣି କୁ ହାତେଇବା ପାଇଁ ବହୁ କମ୍ପାନୀ ଆଗ୍ରହ ଦେଖାଇ ଛନ୍ତି ।ଓଡ଼ିଆ ଖଣି କମ୍ପାନୀ ମାନଙ୍କ ମଧ୍ୟରେ କାଶଭି ଇଣ୍ଟରନେସନାଲ,ଡି ଆର୍ ପଟ୍ଟନାୟକ,ଜିତେନ୍ଦ୍ର ନାଥ ପଟ୍ଟନାୟକ,ଇନ୍ଦ୍ରାଣୀ ପଟ୍ଟନାୟକ ଓ ଟି .ପି ମହାନ୍ତି ଅଂଶ ଗ୍ରହଣ କରୁଥିବା ବେଳେ ବାକି ଜାତୀୟ ଏଵଂ ଆନ୍ତର୍ଜାତୀୟ ସ୍ତରର ବ୍ୟବସାୟୀ ମାନେ ଅଂଶ ଗ୍ରହଣ କରୁଛନ୍ତି ।ଯୋଡା ଖଣି ମଣ୍ଡଳ ର ଠାକୁରାଣୀ ଓ,ଜଜାଙ୍ଗ ଖଣି ଭଳି ଉନ୍ନତ ମାନର ଖଣିଜ ଥିବା ଖଣି ଉପରେ ବଡ ବଡ ଖଣି କମ୍ପାନୀ ମାନଙ୍କ ର ନଜର ରହିଛି । ଏଣୁ ନିଲାମ ପ୍ରକ୍ରିୟା ଉପରେ ସମସ୍ତ ଙ୍କର ନଜର ଆସନ୍ତା ୨୮ ତାରିଖ ଦିନ ରହିବ ।ଏହି ଖଣି ଗୁଡ଼ିକ ଉପରେ ଯୋଡା ଅଞ୍ଚଳ ର ପରିବହନ ବ୍ୟବସାୟୀ ଙ୍କ ଠାରୁ ଆରମ୍ଭ କରି ଟ୍ରକ୍ ମାଲିକ,ଅଞ୍ଚଳରେ ବେକାର ଥିବା ଶିକ୍ଷିତ ଯୁବତୀ ଯୁବକଙ୍କ ନଜର ରହିଛି ।ବିଭିନ୍ନ ଶ୍ରମିକ ସଂଗଠନ ର ନଜର ମଧ୍ୟ ରହିଛି ।ତେବେ ପୂର୍ବରୁ ନଜିର ରହିଛି ଯେ,ନିଲାମ ରେ ହାତେଇବା ପରେ ମଧ୍ୟ କିଛି ଅପାରଗ ଖଣି କମ୍ପାନୀ ମାନେ ଖଣି କାର୍ଯ୍ୟ ରୁ ନିଜକୁ ଓହର। ଇ ନେଉଛନ୍ତି ।କିମ୍ବା ଖଣି କୁ ପୁନଃ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରୁଛନ୍ତି ।ଅନ୍ୟ ପକ୍ଷରେ ଏପରି ମଧ୍ୟ ନଜିର ରହିଛି ଯେ,ଆର୍ଥିକ ବୋଝ ବା ନିଲାମ ରେ ଡାକି ଥିବା ଅତ୍ୟଧିକ ପ୍ରିମିୟମ ଟଙ୍କା ଆମଦାନୀ ଠାରୁ ଖର୍ଚ୍ଚ ହେଉଥିବା ହେତୁ ଦେଇ ପାରୁ ନ ଥିବା କିଛି ଲିଜ ଧାରୀ ଅସାଧୁ ଉପାୟ ରେ ଗ୍ରେଡ ହେରଫେର କରି ନିଲାମ ପ୍ରିମିୟମ କୁ କମ୍ ଦେଉଛନ୍ତି ଓ ମୁନାଫା କମାଉ ଛନ୍ତି ।ସେହିପରି ଯୋଡା ଖଣି ମଣ୍ଡଳ ରେ ମଧ୍ୟ ଦୁଇ ଗୋଟି ଖଣି ଦୀର୍ଘ ଦିନରୁ ବନ୍ଦ ରହିଛି ।ଏହାଦ୍ବାରା ରାଜ୍ୟ ସରକାର ନିଲାମ ପ୍ରିମିୟମ ହରାଇବା ସହିତ ରାଜସ୍ବ ହରାଉଛନ୍ତି ଏବଂ କେନ୍ଦ୍ର ସରକ।ର ମଧ୍ୟ ଏନ୍ ଏମ ଇ ଟି(ନେସନାଲ ମିନେରାଲ ଏକ୍ସପ୍ଲୋ ରେଶନ ଟ୍ରଷ୍ଟ) ହରାଉ ଛନ୍ତି ।ତେବେ ଶ୍ରମିକ ସଂଗଠନ ଏ ଆଇ ଟି ୟୁ ସି ର ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ କହିଛନ୍ତି ଯେ,ଖଣି କୁ ହାତେଇ ପରବର୍ତ୍ତୀ ସମୟରେ ଖଣି ଚଳାଇ ପାରୁ ନ ଥିବା ଖଣି କମ୍ପାନୀ ମାନଙ୍କୁ ରାଜ୍ୟ ସରକାର କଳା ତାଲିକା ଭୁକ୍ତ କରି ନିଲାମ ପ୍ରକ୍ରିୟା ରେ ଅଂଶ ଗ୍ରହଣ ରୁ ବିରତ ରଖିବା ଉଚିତ୍ ବୋଲି କହିବା ସହିତ ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ବାଧ୍ୟତାମୂଳକ ଭାବେ ନିଯୁକ୍ତି ଦିଆ ଯିବା ନେଇ ସରକାର ଏକ ସ୍ପଷ୍ଟ ନୀତି ନିର୍ଧାରଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।
୨୮ ରେ ହେବ ଖଣି ନିଲାମ କମ୍ପାନୀ ଦେଖାଉ ଛନ୍ତି ଆଗ୍ରହ,୫ ଓଡ଼ିଆ ନିଲାମ ଦୌଡ଼ ରେ ସାମିଲ
|
February 25, 2026 |



