କୋରାପୁଟ, ୧୯/୩ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) କୋରାପୁଟ ଜିଲ୍ଲା ପୋଲିସ ତରଫରୁ ୨ ସହୀଦଙ୍କୁ ଶ୍ରର୍ଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିବା ଜଣାପଡିଛି। ସହୀଦ ସୁନୀଲ ଦତ ସିଂ ଓ ଶଶିଭୁଷଣ ରାଉତଙ୍କୁ ପୋଲିସ ପଡିଆଠାରେ ସ୍ଥାପିତ ସହୀଦ ସ୍ତମ୍ଭରେ କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ଶ୍ରର୍ଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଏହି ଅବସରରେ ପୋଲିସ ଆରଅଇ ସୁବାସ ଚନ୍ଦ୍ର ନାୟକ, ସଂଘର ସଭାପତି ଗିରିଜା ଶଙ୍କର ନାୟକ ଓ ଅନେକ ପୋଲିସ ଅଧିକାରୀ ଯୋଗଦେଇ ପୁଷ୍ଫଗୁଛ ଦେଇ ଶ୍ରର୍ଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ସୂଚନାଯୋଗ୍ୟ ଯେ ଗତ ୨୦୧୨ ମସିହା ମାର୍ଚ୍ଚ ୧୮ ତାରିଖ ଦିନ ଲମତାପୁଟରେ ପଡିଥିବା ଲ୍ୟାଣ୍ଡମାଇନକୁ ଡିଫ୍ୟୁଜ କରିବାକୁ ଯାଇଥିବା ବେଳେ ବିସ୍ପୋରଣ ଘଟି ସୁନୀଲଦତ ସିଂ ଓ ଶଶିଭୂଷଣ ରାଉତ ସହୀଦ ହୋଇଥିଲେ।
୨ ସହୀଦଙ୍କୁ କୋରାପୁଟ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି
|
March 19, 2019 |
