ଆମେରିକ।, ୪/୧୨ (ସନ୍ଧାନ ନିୟୁଜ) : ମହାକାଶରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ବଡ଼ ସଫଳତାଆମେରିକୀହାସଲ କରିଛି । ନାସାର ମହାକାଶ ଯାନ ଆସିରିସ-ଆରଏକ୍ସ ମହାକାଶରେ ଘୁରିବୁଲୁଥିବା ଧୂମକେତୁ ବେନ୍ନୁରେ ଗତକାଲି ପହଞ୍ଚିଛି । ଏହି ଧୂମକେତୁଟି ପୃଥିବୀଠାରୁ ପ୍ରାୟ ୧୩୦ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ । ପ୍ରାୟ ଦୁଇ ବର୍ଷ ତଳେ ଏହି ମହାକାଶ ଯାନକୁ ବେନ୍ନୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ଏହି ମହାକାଶ ଅଭିଯାନର ଲକ୍ଷ୍ୟ ହେଉଛି ଏକ ଧୂମକେତୁରେ ପହଞ୍ଚି ସେଠାରେ ଥିବା କିଛି କଠିନ ପଦାର୍ଥ ( ପଥର ବାଲି ମାଟି ଇତ୍ୟାଦି ) ସଂଗ୍ରହ କରି ପୃଥିବୀକୁ ଫେରିଆସିବା । ବେନ୍ନୁର ବ୍ୟାସ ହେଉଛି ପ୍ରାୟ ୫୦୦ ମିଟର । ଏକ ମହାକାଶ ଯାନ ପରିକ୍ରମା କରିବାରେ ଏହା ହେଉଛି ସବୁଠାରୁ କ୍ଷୁଦ୍ର ମହାକାଶୀୟ ପିଣ୍ଡ । ଏହି ଧୂମକେତୁଟି ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ସୌରଜଗତ ସୃଷ୍ଟି ହୋଇଥିବା ସମୟରେ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଏଥିରେ କାର୍ବନ ଥିବା ଅନୁମାନ କରାଯାଉଛି । ତେବେ ଆସିରିସ ନମୁନା ନେଇ ଫେରିବା ପରେ ଏ ସଂପର୍କରେ ଅନେକ କିଛି ଜଣାପଡିବ ।