୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

Spread the love

କଟକ   : କଟକ ସଦର ୪୨ ମୌଜା ଉପକଣ୍ଠ ବାଲୁଙ୍କଶ୍ୱର ବିଦ୍ୟାପୀଠ ଦେଉଳି ୧୯୮୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପର୍ବ  କଳପଡ଼ା ମାନ୍ୟବର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ପର୍ବରେ ବିଦ୍ୟାଳୟର ପ୍ରାୟ ୭୦ ଜଣ ପୁରାତନ ଛାତ୍ରଛାତ୍ରୀ ତାଙ୍କ ପରିବାର ସହ ଯୋଗଦେଇ ସ୍କୁଲ ଜୀବନର ମଧୁର ଅଭୁଲା ସ୍ମୁର୍ତିକୁ ମନେ ପକାଇ ଭାବ ବିହ୍ୱଳ ହୋଇଥିଲେ । ବନ୍ଧୁତ୍ୱ,ସମ୍ପର୍କ,ଦୋସ୍ତି ଓ ପ୍ରେମର ମଧୁର ମିଳନ ବାସ୍ତବତା ଉପରେ ସମସ୍ତେ ଆଲୋକପାତ କରିଥିଲେ  । ଏହି ଭଳି ପ୍ରତିବର୍ଷ ବନ୍ଧୁ ମିଳନ ପର୍ବ ପାଳନ କରିବା ନେଇ ସର୍ବ ସମ୍ମତି ପ୍ରଦାନ କରିଥିଲେ । ଶେଷରେ ପ୍ରାସାଦ ସେବନ କରିବା ପରେ ସମସ୍ତେ ସମସ୍ତକୁ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment