୧୯୬୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

Spread the love
କଟକ ୨୧/ ୦୩ (ସନ୍ଧାନ ନିଉଜ) କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ ” ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ “ର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ଗୋପାଳ ସ୍ମୃତି ବିଦ୍ୟାପୀଠ ର ୧୯୬୯ ମସିହା ମାଟ୍ରିକ ଵ୍ୟାଚର ଛାତ୍ରଛାତ୍ରୀଙ୍କର ସ୍ଥାନୀୟ ଅଥଙ୍ଗା ସ୍ଥିତ ” ମା କୁଲେଇଶୁଣି ପୀଠ ” ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୩ ବର୍ଷ ପୂର୍ବେ ମାଟ୍ରିକ ପାସ କରିସାରିଥିବା ଏହି ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଥିବାବେଳେ ଅନେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ଉଚ୍ଚ ପଦପଦବୀ ରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ଏହି ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ସହ ପଢୁଥିବା ସ୍କୁଲ ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ” ମୋ ସ୍କୁଲ ଅଭିଯାନ ” ଯୋଜନାରେ ଅଂଶଗ୍ରହଣ କରି ସ୍କୁଲର ଉନ୍ନତି ପାଇଁ ଅତୀତରେ ଲକ୍ଷାଧିକ ଟଙ୍କା ଦାନ କରିଥିବା ଓ ଭବିଷ୍ୟତରେ ଆହୁରି ଅଧିକ ଉନ୍ନତି ପାଇଁ ଭାଗୀଦାର ହେବାକୁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଗଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ହେମନ୍ତ କୁମାର ଦାସ , ରାଧାଶ୍ୟାମ ଭୂୟାଁ , ଡ଼ା.ଲିଙ୍ଗରାଜ ହୋତା , ଗୌରାଙ୍ଗ ଶତପଥୀ , ପ୍ରଫୁଲ୍ଲ କର , ଶ୍ରୀମତୀ ସତ୍ୟଭାମା ଜେନା , ଜାନକୀ ପ୍ରଧାନ , ପ୍ରମିଳା ଷଡ଼ଙ୍ଗୀ , ରବୀନ୍ଦ୍ର ନାଥ ଭୋଇ , ଦୋଳ ଗୋବିନ୍ଦ ଲେଙ୍କା , ତ୍ରୈଲୋକ୍ୟ ନାଥ ରାଉତରାୟ , ନନ୍ଦ କିଶୋର ରାଉଳ , ବିଜୟ ରାମ ବେଉରା ଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Related Posts

About The Author

Add Comment