୧୬ବର୍ଷ ର ସଂଘର୍ଷ :- ବିଧବାରୁ ବୃଦ୍ଧା ହେଲେ, ହେଲେ ମିଳିଲାନି ସହାୟତା: ସରକାରୀ ସାହାଯ୍ୟ ପାଇଁ ଦାବୀ

Spread the love
ବାଲିଗୁଡା,୦୩/୩/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତ ଢୁସାରି ଗ୍ରାମର ବିଧବା ବସ୍ତିନା ବଳିଆରସିଂ ଗତ ୧୬ ବର୍ଷ ହେଲା ଭତ୍ତା ପାଇଁ ସଂଘର୍ଷ କରି ଚାଲିଛନ୍ତି। ବର୍ଷ ବର୍ଷ ଧରି ଆବେଦନ ନିବେଦନ କରୁଥିଲେ ହେଁ, ପ୍ରଶାସନର କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିନାହିଁ।ବସ୍ତିନା ଯେତେବେଳେ ୪୪ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଅସହାୟ ବସ୍ତିନା ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ। ହେଲେ ଇତି ମଧ୍ୟରେ ତାଙ୍କୁ ୬୦ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହୋଇସାରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ବିଧବା କି ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ତାଲିକାରେ ସାମିଲ କରାଯାଇ ନାହିଁ। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ସେ ଥକିଗଲେଣି। ସରକାରୀ ସହାୟତା ଭାବେ ରାସନ କାର୍ଡ଼ରେ ୫ କେଜି ଚାଉଳ ମିଳୁଛି। ପର ଘରେ କାମ କରି ଯାହା କିଛି ରୋଜଗାର କରୁଛନ୍ତି ସେଥିରେ କଷ୍ଟରେ ଚଳୁଛନ୍ତି। କେବେ କେତେବେଳେ ଅସୁସ୍ଥ ହେଲେ ଗ୍ରାମବାସୀ ସହାୟତାର ହାତ ବଢ଼ାଉଛନ୍ତି। ବୟସ ବଢ଼ିବାରୁ ଏବେ ଆଉ କାମ କରିପାରୁ ନାହାନ୍ତି। ଫଳରେ ଚଳିବା କଷ୍ଟକର ହୋଇପଡ଼ିଛି। ସେହିପରି ଭଲ ଘରଟିଏ ନଥିବା ବେଳେ ଭଙ୍ଗା ଦଦରା ଝାଟିମାଟି ଘରେ କାଳ କାଟୁଛନ୍ତି। ତୁରନ୍ତ ତାଙ୍କ ପ୍ରତି ଦୃଷ୍ଟି ଦେଇ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି।

Related Posts

About The Author

Add Comment