ଧର୍ମଶାଳା ୧୬/୩ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) -ନିର୍ବାଚନର ଅବ୍ୟବହିତ ପୁର୍ବରୁ ଆଜି ଧର୍ମଶାଳା ବିଜୁ ଜନତା ଦଳ ତାର ପ୍ରଥମ ରାଜନୈତିକ କର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ୧୧ନଂ ଜୋନରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ଏକ ବିଶାଳ କର୍ମୀ ସମ୍ମିଳନୀ ଆୟୋଜନ କରିଛି । ମର୍ଜ୍ୟତାପୁର ହିଙ୍ଗୁଳା ପଡିଆ ନିକଟରୁ ଏକ ବିଶାଳ ମଟର ସାଇକେଲ ରାଳିରେ କର୍ମୀମାନେ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ବଳବନ୍ତ ରାୟଙ୍କୁ ସାଥିରେ ନେଇ ରେଖିଦେଇପୁର ଯାତ୍ରାପଡିଆ ଠାରେ ଉପସ୍ଥିତ ହୋଇ କର୍ମୀସମ୍ମୀଳନୀ ସଭାରେ ସାମିଲ ହୋଇଥିଲେ । ଏହି ମଟର ସାଇକେଲ ରାଲିରେ ଶତାଧିକ ମଟର ସାଇକେଲରେ କର୍ମୀମାନେ ବିଭିନ୍ନ ସ୍ଲୋଗାନ ମାନଦେଇ ରାସ୍ତା ପରିକ୍ରମା କରିଥିଲେ । ଉକ୍ତ ନିର୍ବାଚନୀ କର୍ମୀସମ୍ମିଳନୀ ସଭାରେ ସାଂସଦ ପ୍ରତିନିଧି ଉକ୍ରଳ ଦାସ ସଭାପତିତ୍ୱ କରିଥିଲେ । ପ୍ରଥମେ ବିଧାୟକଙ୍କ ଉପସ୍ଥିତିରେ କିଛି ଅନ୍ୟ ଦଳର ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ସଭାରେ ମୁଖ୍ୟ ଆକର୍ଷଣ ବିଧାୟକ ଶ୍ରୀ ବଳବନ୍ତରାୟ କର୍ମୀମାନଙ୍କୁ ସଂବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପତ୍ତନାୟକଙ୍କ ଦ୍ୱାରା ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ । ଏହା ସହ ସ୍ଥାାନୀୟ କବାଟବନ୍ଧ ରାଖିଦେଇପୁର ରାସ୍ତାର ସଦୃଢି କରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା କହିଥିଲେ । ୧୯ ବର୍ଷରେ ତାଙ୍କ ସମୟରେ ଧର୍ମଶାଳାର ଉନ୍ନତି ଆକାଶ ଛୁଆ ହୋଇଥିବା ଉପସ୍ଥିତ କର୍ମୀ ମାନଙ୍କୁ ସୁଚାଇଦେଇଥିଲେ । ଏହି ଅବସରରେ ସାଂସଦ ରୀତ ତରେଇ ନବୀନ ବାବୁଙ୍କ କାର୍ଯ୍ୟକାଳରେ ହୋଇଥିବା ବିଭିନ୍ନ ଯୋଜନା ଗୁଡିକୁ କର୍ମୀମାନଙ୍କୁ କହିବାକୁ ଭୁଲିନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦଶ୍ୟା ଶୁରେଖା ନାୟକ,ଧର୍ମଶାଳା ବିଜେଡି ସଭାପତି ଜଳଧର ମାହାନ୍ତି,ନିରଞ୍ଜନ ବଳ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରୀୟନାଥ ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ସଭାମଂଚରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ,ସରପଂଚ ଅରୁଣ ପରିଡା,୧୨ ଜିଲ୍ଲା ପରିଶଦ ସଦଶ୍ୟା ପ୍ରଣତୀ ଲେଙ୍କା,ମମତା ଦଣ୍ଡପାଟ,ପର୍ଯ୍ୟବେକ୍ଷକ ଦିଲିପ କୁମାର ବଳ,ପ୍ରଶନ୍ନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତପନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
୧୧ନଂ ଜୋନରେ ବିଜେଡିର କର୍ମୀ ସମ୍ମିଳନୀ
|
March 16, 2019 |