ହିମାଳୟ ପର୍ବତ ଆରୋହଣରେ ସଫଳତା ହାସଲ କଲେ ସଂଘମିତ୍ରା, ପର୍ବତ ଆରୋହଣ ଶିକ୍ଷାରେ ଅର୍ଥ ବାଧକ

Spread the love

ଯାଜପୁର, ୨୫/୧୦(ସନ୍ଧାନ ନିୟୁଜ/ମାନସ ରାଉତ):ଧର୍ମଶାଳା ବ୍ଲକ ଅନ୍ତର୍ଗତ ପଟୁଣିଆ ପଂଚାୟତ ବଡନଚ୍ଛିପୁର ଗ୍ରାମର ଅଶୋକ ଦଳାଇ ଏବଂ ମାତା ସେହ୍ନଲତା ଦଳାଇଙ୍କ କନ୍ୟା ସଂଘମିତ୍ରା ଦଳାଇ (୨୩) ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଟାଟାଷ୍ଟିଲ ଆଡଭେଞ୍ଚର ପାଉଣ୍ଡେସନ ମିଳିତ ସହଯୋଗରେ ମନୋନୀତ ହୋଇ ହିମାଳୟ ପର୍ବତ ଆରୋହଣରେ ସଫଳାତା ହାସଲ କରିଛନ୍ତି । ସେ ତୃତୀୟ ପ୍ରର୍ଯ୍ୟାୟରେ ହିମାଳର ଗଙ୍ଗୋତ୍ରୀ ଠାରୁ ଆରୋହଣ କରି ୧୯୧୦୦ ଫୁଟ ଅତିକ୍ରମ କରି ରୁଦଗେରାଟେକ ପଂହଚିଥିଲେ । ପୂର୍ବରୁ ସେ ଗ୍ରେଟର ନୋଏଡାସ୍ଥିତ ଅନୁଷ୍ଠିତ ଜାତୀୟ ଯୁବ ମହୋସôବରେ ତୃତୀୟସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଲାଭ କରିଥିଲେ । ସେ ନିଜର ଅଗାମୀ ଦିନରେ ସେ ଭାରତୀୟ ରକ୍ଷା ବିଭାଗ ଦ୍ୱାରା ପରିଚାଳିତ ଦୁସାଃହାସିକ ପର୍ବତାରୋହଣ ଶିକ୍ଷାଅନୁଷ୍ଠାନରୁ ପର୍ବତ ଆରୋହଣ ଶିକ୍ଷା ନେବାକୁ ଯୋଜନା ରଖିଛନ୍ତି । ସେ ନିଜର ପତ୍ରିକୟାରେ ଏହି ପର୍ବତଆରୋହଣରେ ବହୁ ବାଧା ବଘ୍ନ ସହି ଯାତ୍ରା କରିଥିବା କହିବା ସହିତ ବର୍ଷା ଏବଂ ବରପରେ ଯାତ୍ରା କରବା ସହିତ ଅନେକ ସମୟରେ ଓପାସ ରହି ଯାତ୍ରା କରିଛନ୍ତି । ସେ ଜଣେ ଗରିବ ଘରର ପିଲା ହୋଇଥିବା ବେଳେ ତାଙ୍କର ଅଧ୍ୟୟନରେ ଅର୍ଥ ବାଧକ ସାଜିଛି । ଟାଟାଷ୍ଟିଲ ଆଡଭେଞ୍ଚର ପାଉଣ୍ଡେସନ ଏବଂ ରାଜ୍ୟସରକାର ଅଧ୍ୟୟନ କରିବାରେ ଆର୍ଥିକ ସହାୟତା କଲେ ସେ ଆଗମୀ ଦିନରେ ଏଭେରେଷ୍ଟ ଚଢ଼ିବାରେ ସକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏଭଳି କୃତିତ୍ୱରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ସାଂସଦ ରୀତା ତରାଇ ଶୁଭେଚ୍ଛା ଜଣାଇଛନ୍ତି ।  ସାମ୍ବାଦିକ ସୁଶାନ୍ତ ନାୟକ, ଭାରତପୁଷଣ୍ଡ ପଣ୍ଡା, ଶିବରାମ ସାହୁ, ମାନସ ରାଉତ, ସୁରେନ୍ଦ୍ର ସାମଲ, ଅନିତା ବେହେରା, କାଦମ୍ବିିନି ପଣ୍ଡିତ, ଡଲି ବିଶ୍ୱାଳ, ଏନ.ୱାଇ,କେ ଯାଜପୁର ସଂଯୋଜକ ଅଶୋକ ବେହେରା, ଗଙ୍ଗାଧର ବେହେରା, ସ୍ମରଣିକା ଦାସ, ଅନିରୁଦ୍ଧ ସମାନ୍ତରାୟ, ଦେବବତ୍ର ରାଉତ, ଧର୍ମଶାଳା ବିକାଶ ପରିଷଦ ସଭାପତି ଶ୍ରୀକାନ୍ତ ସାହୁ, କଂଗ୍ରେସ ପିସିସି ସମ୍ପାଦକ ଅଧିର କୁମାର ଜେନା ସମେତ ବହୁ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କୁ ସହାୟତା ଦେବା ପାଇଁ ଦାବି କରିଛନ୍ତି ।

Related Posts

About The Author

Add Comment