ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଖ୍ରୀଷ୍ଟଧର୍ମ ର ଲୋକେ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତାଉଥିବା ଜଣାପଡିଛି

Spread the love

ସୁନ୍ଦରଗଡ ତା: ୩/୮/୨୦୨୪( ସନ୍ଧାନ ନ୍ୟୁଜ):ଅନେକ ସମୟ ଧରି ଧର୍ମାନ୍ତରଣ କୁ ନେଇ ସବୁ ସମୟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ଅଞ୍ଚଳ ଓ ଏଠାକାର ଲୋକେ ଅତ୍ୟନ୍ତ ସରଲ ହୋଇଥାନ୍ତି । ଅତି ଅଳ୍ପ ସମୟରେ ଲୋକଙ୍କ କଥାରେ ବଶୀଭୂତ ହୋଇ ପଡିଥାନ୍ତି । ତା ସହିତ ସୁନ୍ଦରଗଡ ଜିଲ୍ଲା ର ତଳସରା ନିର୍ବାଚନ ମଣ୍ଡଳୀ ଓଡ଼ିଶା ରାଜ୍ୟର ସୀମାରେଖା ଥିବା ବେଳେ ଏହା ଛତିଶଗଡ଼ ଓ ଝାରଖଣ୍ଡ ରାଜ୍ୟର ସୀମାରେଖା ସହିତ ଜଡିତ । ଏହି କାରଣରୁ ଅନେକ ସମୟରେ ଧର୍ମାନ୍ତରଣ କୁ କେନ୍ଦ୍ର କରି ଅନେକ ବିବାଦ ଦେଖାଦେଇଥାଏ । ସୂଚନା ଅନୁସାରେ ଓଡ଼ିଶାରେ ଥିବା ଅନେକ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଖ୍ରୀଷ୍ଟଧର୍ମ ର ଲୋକେ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତାଉଥିବା ଜଣାପଡିଛି । ଏହାର କେନ୍ଦ୍ରବିନ୍ଦୁ ସାଜିଛି ତଳସରା ନିର୍ବାଚନ ମଣ୍ଡଳୀର ତଳସରା ଗ୍ରାମ । ଏହି କାର୍ଯ୍ୟ ଦ୍ଵାରା ସୀମାନ୍ତ ଅଞ୍ଚଳରେ ସମୟ କ୍ରମେ ଅସାମାଜିକ କାର୍ଯ୍ୟ,ଚୋରି ,ଡକାୟତି ଅନବରତ ଲାଗିରହିଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି । କୁହାଯାଏ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହିତ କେନ୍ଦ୍ରବିନ୍ଦୁ ପାଲଟିଥିବା ତଳସରା ନିର୍ବାଚନ ମଣ୍ଡଳୀର ଅନେକ ବିଶିଷ୍ଟ ଲୋକଙ୍କ ଆଶ୍ରୟ ରହିଥିବା ଜନସାଧାରଣ ପ୍ରକାଶ କରିଛନ୍ତି । ଏହି ସୀମାନ୍ତ ଅଞ୍ଚଳରେ ଆରକ୍ଷୀ ବିଭାଗ ସଚେତ ରହିଥିବା ବେଳେ ବର୍ଷବର୍ଷ ଧରି ଅସାମାଜିକ କାର୍ଯ୍ୟ ଲାଗିରହିବା ଏକ ପକ୍ଷେ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ଉଠୁଥିବା ଅଞ୍ଚଳବାସି ପ୍ରକାଶ କରିଛନ୍ତି । ଆଦିବାସୀ ବହୁଳ ଅଞ୍ଚଳ ହେବା କାରଣରୁ ପ୍ରତିଟି ମୁହୂର୍ତ୍ତରେ ଅଞ୍ଚଳବାସୀ ଭୟଭୀତ ରହୁଥିବା ଦେଖିବାକୁ ମିଳୁଛି । ଏଥିରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ନ ଦେବା କାରଣରୁ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ବଢିବାରେ ଲାଗିବା କାରଣରୁ ଏହି କାର୍ଯ୍ୟରେ ପ୍ରଶାସନର ସମ୍ପୃକ୍ତିର ଗନ୍ଧ ଆସୁଥିବା ଜନମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅଞ୍ଚଳ କେନ୍ଦ୍ର ସହିତ ରାଜ୍ୟର ନେତୃତ୍ୱ ନେତା ଥାଇ ମଧ୍ୟ ଏହି ସମସ୍ୟା ଲାଗି ରହିବା ଅଞ୍ଚଳ ନେତୃତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଦେଖିବାକୁ ବାକି ରହିବ ଆଗାମୀ ଦିନରେ ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନ ର କେବେ ଆଖି ଖୋଲିବ ଓ ଲୋକଙ୍କ ଅସୁବିଧା ଦୁରହେବ।

Related Posts

About The Author

Add Comment