ହାତୀପଲ ଆତଙ୍କ, ଜଣଙ୍କୁ ଦଳିଦେଲା 

Spread the love
ଭୁବନେଶ୍ୱର, ୧୪/୧୦/୨୦୨୦ (ସନ୍ଧାନ ନିଉଜ) ଦିନକୁ ଦିନ ଲାଠିକଟା ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି। ଯାହାକି ନିକଟବର୍ତ୍ତି ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ବନବିଭାଗ ଓ ଗ୍ରାମବାସୀ ମାନଙ୍କୁ ପୂର୍ବରୁ ବହୁବାର ହାତୀ ଘଉଡ଼ାଇବା ପାଇଁ ପ୍ରଚେଷ୍ଟା ଜାରି ରହିଥିଲେ ସୁଦ୍ଧା, ହାତୀ ମାନେ ପୁର୍ନବାର ଜନବସତି ଅଞ୍ଚଳକୁ ଧସେଇ ପସୁଛନ୍ତି, ଯାହା ଦ୍ୱାରା ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଦିନ ସମୟରେ ହାତୀଙ୍କ ଉପଦ୍ରବରୁ ବର୍ତିବା ସମ୍ଭବ ହେଉଥିଲେ ହେଁ, ରାତ୍ରି ସମୟରେ ହାତୀ ଆକ୍ରମଣ ଆଶଙ୍କା ଅଧିକ ରହୁଛି। ହାତୀପଲ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ଯାହାକି ଗ୍ରାମବାସୀଙ୍କ ପାଇଁ ବିପଦର କାରଣ ସାଜିଛି। ହାତୀପଲ ଫସଲ ନଷ୍ଟ କରିବା ସହ ଧାନ, ଚାଉଳ ଖାଇ ଦେଉଛନ୍ତି। ଏହାଛଡ଼ା ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେବା ସହିତ, ହାତୀ ଆକ୍ରମଣରେ ଲୋକେ ଗୁରୁତର ଅବା ମୃତ୍ୟୁମୁଖରେ ପଡ଼ିବା ବହୁବାର ଦେଖିବାକୁ ମିଳିଛି।

Related Posts

About The Author

Add Comment