ସୁନ୍ଦରଗଡ଼ ତା:୧୫/୧୨/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଗତ ଏକମାସ ଧରି କିଞ୍ଜିରକେଲା ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଗତ ଏକମାସ ହେବ ହାତୀ ଆତଙ୍କ ସହ ଉପଦ୍ରବ ଲାଗିରହିଛି । କିଛିଦିନ ହେଲା ହାତୀ ଉପଦ୍ରବ ଚରମ ସୀମାରେ
ପହଁଞ୍ଚିଥିବା ଜଣାପଡିଛି । ଏହି କ୍ରମରେ ରାଏଡ଼ିହି ଗ୍ରାମର ସନାତନ ଓ ରସଟି ଗ୍ରାମର ମୁରଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ରାତ୍ରିରେ ହାତୀ ପଞ୍ଚାୟତ ଗୋଦାମ ଘରର ସଟର କବାଟ ଭାଙ୍ଗି ଚାଉଳ ଓ ଗହମ ଖାଇଥିବା ସହ ଅଞ୍ଚଳରେ ଉପଦ୍ରବ କରିଥିବାର ସୂଚନା ମିଳିଛି । ହାତୀପଲକୁ ଅନେକ ଥର ଘଉଡାଇଲେ ମଧ୍ୟ କିଛି ଫକପ୍ରଦ ହେଉ ନ ଥିବା ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ରାତ୍ରି ସମୟରେ ଅଞ୍ଚଳବାସୀ ଘରୁ ନ ବାହାରୁଥିବା ସୂଚନା ମିଳିଛି ।ଜଙ୍ଗଲ ବିଭାଗକୁ ଅନେକଥର ଅଭିଯୋଗ ସତ୍ୱେ କିଛି ପଦକ୍ଷେପ ନ ନେଉଥିବା ଅଭିଯୋଗ ହେଉଛି ।
ହାତୀ ଆତଙ୍କର ଅବସାନ ଘଟୁନି, ଲୋକେ ରାତିରେ ଭୟଭୀତ ଅବସ୍ଥାରେ ରହୁଛନ୍ତି
|
December 17, 2021 |