ହାଇୱା-ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୫ ଗୁରୁତର ଆହତ 

Spread the love
କନ୍ଧମାଳ,04/03.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଶିଳ୍ପ ତାଲିମ ଅନୁଷ୍ଟାନ ନିକଟରେ ଏକ ଅଟୋରିକ୍ସା ସହ ଏକ ଅଜଣା ଟ୍ରକ(ହାଇୱା) ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ପ୍ରକାରେ ସଂଧ୍ୟା ପ୍ରାୟ ୭ଟା ସମୟରେ ଏକ ଅଟୋରିକ୍ସା ୫ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀରୁ ସୁଡ୍ରୁକୁମ୍ପା ଯାଉଥିବା ବେଳେ  ଫୁଲବାଣୀ ଆଇଟିଆଇ   ନିକଟରେ ଅପର ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗାଡିରେ ଥିବା ସମସ୍ତ ୫ ଜଣ ଆହତ ହୋଇଥିଲେ। ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ   ଦମକଳ ବାହିନୀ କର୍ମଚାରୀ ମାନେ ପହଂଚି ଗରୁତର ମାନଙ୍କୁ ଉଦ୍ଧାର କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଓ ଟିମ୍ ହ୍ୟୁମାନିଟର ସଦସ୍ୟମାନେ ପହଞ୍ଚି ଅନ୍ୟ ଆହତ ମାନଙ୍କୁ ଡାକ୍ତରଖାନାକୁ ଆଣିଥିଲା। ଆହତମାନେ ହେଲେ ସୁଡ୍ରୁକୁମ୍ପା ନିକଟ ସ୍ରାବା ଗ୍ରାମର ଯଶମିତା ମଲିକ, ଝିନା ମଲିକ, ସିମାଞ୍ଚଳ  ମଲିକ, ଶ୍ରୀକାନ୍ତ ମଲିକ ଓ ଅଟୋ ଡ୍ରାଇଭର ସିଲୁ ଘଟାଲ। ସିଲୁଙ୍କ ଘର ମାଦିକୁଲା ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରୁ ଡ୍ରାଇଭର ସିଲୁ ଓ ଜଶମିତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ସମସ୍ତେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇ ଚିକିତ୍ସିତ କରାଯାଉଥିବା ବେଳେ ମହିଳା ଯାତ୍ରୀ ଯଶମିତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। କୌଣସି କାର୍ଯ୍ୟରେ ସମସ୍ତେ ୧୮ କିମି ଦୂର ଫୁଲବାଣୀକୁ ଆସି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ଘଟାଇଥିବା ହାଇୱା କୁଆଡ଼େ ଫେରାର୍ ହୋଇଯାଇଥିବା ପ୍ରକାଶ। ତେବେ ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ, ଅଟୋଟି ସଂପୂର୍ଣ୍ଣଭାବେ ଚୁରମାର ହୋଇଯାଇଥିବାର ଦେଖାଯାଇଛି।

Related Posts

About The Author

Add Comment