ସମ୍ବଲପୁର 05/02 (ସନ୍ଧାନ ନିୟୁଜ): ବୁଧବାର ସମଗ୍ର ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ତେଜିଛି ଆନ୍ଦୋଳନ । ବୁଧବାର ସମଗ୍ର ପଶ୍ଚିମ ଓଡ଼ିଶାରେ ଏହି ପ୍ରସଙ୍ଗ ନେଇ ବନ୍ଦ ପାଳନ କରାଯାଉଛି । ଏକାଠି ହୋଇଛନ୍ତି ସମଗ୍ର ପଶ୍ଚିମ ଓଡ଼ିଶାର ଓକିଲ ସଂଘ। ଏଥିରେ ସାମିଲ ହୋଇଛନ୍ତି ସମସ୍ତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ । ବୁଧବାର ସକାଳୁ ସମ୍ବଲପୁର କ୍ଷେତରାଜପୁର ମୁଖ୍ୟ ରେଳ ଷ୍ଟେସନଠାରେ ଆନ୍ଦୋଳନକାରୀ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡା ଇଣ୍ଟରସିଟି ସହ ସମ୍ବଲପୁର-ରାଉରକେଲା ଡିଏମୟୁ ଟ୍ରେନକୁ ଅଟକାଇଛନ୍ତି ।
ତାଜା ଖବର
- ବେଆଇନ ବିଦ୍ୟୁତ୍ ଫେନ୍ସିଂରେ ମା’ ହାତୀର ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର କ୍ଷୋଭ
- ଜଙ୍ଗଲି ହାତୀର ଆତଙ୍କରେ ଥରହର କଳିଙ୍ଗନଗର ଆଦିବାସୀ ଗ୍ରାମ। ୨ମାସ ର ରହଣି କାଳରେ ନଷ୍ଟ କରିଛି ବହୁ ଧନସମ୍ପତି। ହାତୀ ଆତଙ୍କରେ ଘରେ ରହୁନାହାନ୍ତି ଅଞ୍ଚଳବାସୀ। ଆଜକୁ ୬୩ ଦିନ ଶିଳ୍ପାଞ୍ଚଳରେ ଦନ୍ତା ହାତୀ।
- ଉଲ୍ଲେଖନୀୟ ସଫଳତା ନେଇ କବୟିତ୍ରୀ ଛବି ରାଣୀ ପତି ସମ୍ବର୍ଦ୍ଧିତ ।
- ଅଞ୍ଚଳ ମହାବିଦ୍ୟାଳୟରେ ପାଠଚକ୍ର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ସୀମାରେ ଯବାନ, ଯାଜପୁରରୁ ଭଲପାଇବାର ରାଖୀ ଏସ୍ଏନ୍ଏମ୍ ସହଯୋଗରେ କନ୍ୟାଶ୍ରମ ଶିଶୁ ପ୍ରସ୍ତୁତ କଲେ ୧୦୦୦ ରାଖୀ — ଚୀନ ଓ ପାକିସ୍ତାନ ସୀମାରେ ପହଞ୍ଚିବ ଓଡ଼ିଆ ମାଟିର ସ୍ନେହ
- ପ୍ରଶାସନ ନୀରବ, ଅଞ୍ଚଳବାସୀ ନିର୍ମାଣ କଲେ ଅସ୍ଥାୟୀ ପୋଲ
- ଦାଦି ପ୍ରକାଶମଣୀଙ୍କ ସ୍ମୃତିରେ ବ୍ରହ୍ମକୁମାରୀ ପକ୍ଷରୁ ରକ୍ତଦାନ ଶିବିର: ୮୨ ୟୁନିଟ୍ ରକ୍ତ ସଂଗ୍ରହ
- ଥାର୍ ଧକ୍କାରେ ଜଣେ ମହିଳା ଶ୍ରମିକ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ
- ଆଗକୁ ରାକ୍ଷୀପୂର୍ଣ୍ଣିମା: ଡିଜାଟାଲ୍ ଯୁଗରେ ବି ଲୋକଙ୍କ ଭରସା ପାଲଟିଛି ଭାରତୀୟ ଡାକସେବା



