ସମ୍ବଲପୁର 05/02 (ସନ୍ଧାନ ନିୟୁଜ): ବୁଧବାର ସମଗ୍ର ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ତେଜିଛି ଆନ୍ଦୋଳନ । ବୁଧବାର ସମଗ୍ର ପଶ୍ଚିମ ଓଡ଼ିଶାରେ ଏହି ପ୍ରସଙ୍ଗ ନେଇ ବନ୍ଦ ପାଳନ କରାଯାଉଛି । ଏକାଠି ହୋଇଛନ୍ତି ସମଗ୍ର ପଶ୍ଚିମ ଓଡ଼ିଶାର ଓକିଲ ସଂଘ। ଏଥିରେ ସାମିଲ ହୋଇଛନ୍ତି ସମସ୍ତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ । ବୁଧବାର ସକାଳୁ ସମ୍ବଲପୁର କ୍ଷେତରାଜପୁର ମୁଖ୍ୟ ରେଳ ଷ୍ଟେସନଠାରେ ଆନ୍ଦୋଳନକାରୀ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡା ଇଣ୍ଟରସିଟି ସହ ସମ୍ବଲପୁର-ରାଉରକେଲା ଡିଏମୟୁ ଟ୍ରେନକୁ ଅଟକାଇଛନ୍ତି ।
Related Posts
ବିଜେପି ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଅଧ୍ୟକ୍ଷାଙ୍କୁ ଚଣ୍ଡିଖୋଲରେ ସମ୍ବର୍ଦ୍ଧନା
ଅତି ଭୟଙ୍କର ବାତ୍ୟା: “ୟାସ୍” ମାଡ଼ି ଆସୁଛି: ଏବେ ପାରାଦୀପଠାରୁ ୨୮୦ କିଲୋମିଟର ଦୂରରେ, ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣ୍ଡଫଲ୍ କରିବ
ଗଞ୍ଜାମ: ଭାରସାମ୍ୟ ହରାଇ ଏକ ଟାଟା ମ୍ୟାଜିକ ଗାଡି ଓଲଟି ୧୭ଜଣ କାଉଡିଆ ଗୁରୁତର



