ଦେବକୁଣ୍ଡ, 5/11 (ସନ୍ଧାନ ନ୍ୟୁଜ୍) ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କଲେ । ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଗ୍ରାମବାସୀ ବି ତାଙ୍କୁ ଜରିମାନା କଲେ । ଅଭିଯୁକ୍ତ ସ୍ବାମୀ ଜରିମାନା ଦେଇ ନପାରିବାରୁ ପଡ଼ି ରହିଲା ଶବ ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଉଦଳା ଥାନା ଅଧୀନ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତ ବାଲିଛତ୍ରା ଗାଁରେ । ଏହି ଗ୍ରାମର ସାବିତ୍ରୀ ସିଂ(୩୦)ଙ୍କୁ ତାଙ୍କ ସ୍ବାମୀ ରାଜେନ୍ଦ୍ର ନାୟକ(୩୯) ହତ୍ୟା କରିଥିବା ଉଦଳା ଥାନାରେ ମାମଲା ରୁଜୁ ହୋଇଛି। ସାବିତ୍ରୀଙ୍କୁ ୧୨ ବର୍ଷ ତଳେ ବିବାହ କରିଥିଲେ ରାଜେନ୍ଦ୍ର। ତେବେ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା । ଗ୍ରାମରେ ବୈଠକ ବସି ଏହାର ସମାଧାନ ହେଉଥିଲା । ତେବେ ନିର୍ଯାତନା ଅଧିକ ହେବାରୁ ସାବିତ୍ରୀ ଭୁବନେଶ୍ବରସ୍ଥିତ ନିଜ ବାପଘରକୁ ଚାଲିଯାଇଥିଲେ । ତେବେ ଆବାସ ଯୋଜନାରେ ଘର ଆସିଛି, ତେଣୁ ସାବିତ୍ରୀଙ୍କ ଟିପଚିହ୍ନ ଦରକାର ବୋଲି କହି ଗତ ମାସ ୨୯ ତାରିଖରେ ତାଙ୍କୁ ସେଠାରୁ ୧ ନେଇ ଆସିଥିଲେ ରାଜେନ୍ଦ୍ର ସାଙ୍ଗରେ ସାବିତ୍ରୀଙ୍କ ସାନଭାଇ ବଟ(୧୫) ମଧ୍ୟ ଆସିଥିଲେ। ଗାଁରେ ପହଞ୍ଚିବା ପରେ ଭିଣୋଇ ତାଙ୍କୁ ଓ ଭଉଣୀ ସାବିତ୍ରୀଙ୍କୁ ମାଡ଼ ମାରିଥିଲେ ବୋଲି କହିଛନ୍ତି ବଟା ଏଥିସହ ଗତ ୨ ତାରିଖରେ ସେ ଗାଁଆଡ଼ ଫେରିବା ବେଳକୁ ଭଉଣୀ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ରାଜେନ୍ଦ୍ର ପତ୍ନୀ ସାବିତ୍ରୀଙ୍କୁ ଉଦଳା ଡାକ୍ତରଖାନାକୁ ଆଣିଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଗାଁରେ ପହଞ୍ଚିଥିଲା ଶବ। ତେବେ ରାଜେନ୍ଦ୍ରଙ୍କ ଔଦ୍ଧତ୍ୟ ପାଇଁ ତାଙ୍କୁ କୁଆଡ଼େ ୫ ହଜାର ଟଙ୍କା ଜରିମାନା କରିଥିଲେ ଗ୍ରାମବାସୀ । ସେ ଜରିମାନା ନଦେବାରୁ ଗାଁ ଶ୍ବାସନକୁ ଶବ ଛାଡ଼ି ନଥିଲେ। ତେଣୁ ଗତକାଲି ଶେଷକୃତ୍ୟ ହୋଇ ପାରିନଥିଲା । ତେବେ ଆଜି ସେ ଜରିମାନା ଦେବା ପରେ ଶବ ଦାହ କରାଯାଇଛି। ସାବିତ୍ରୀଙ୍କ ଅନ୍ୟ ଜଣେ ଭାଇ ଅନାମ · ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ କେସ୍ ନଂ । ୨୮୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ।
ହତ୍ୟା ଅଭିଯୋଗ ଆଣିଲେ ପରିବାର
|
November 5, 2020 |