ହଇଜା କୁ ନେଇ ବିଭିନ୍ନ ଗାଁ ରେ ପଣା ପାଣି ଓ ପୂଜାର୍ଚ୍ଚନା।

Spread the love

ଜେନାପୁର,୨୪/୬ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ରେ ସଂକ୍ରାମକ ହଇଜା ରୋଗ ପାଇଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହଇଜା ଆକ୍ରାନ୍ତ ମାନେ ବିଭିନ୍ନ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। ଏବେ ବି ଗାଁ ଗହଳି ରେ ଅନେକ ସ୍ଥାନରେ ଏଥିପାଇଁ ପଣା ପାଣି ଓ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି। ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ କଲାଣ୍ଡ ଗ୍ରାମବାସୀ ମା ଚଣ୍ଡୀ ଙ୍କ ନିକଟରେ ଏବଂ ମଧୁସୂଦନ ପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ମା ବ୍ରାହ୍ମଣୀ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ହେଉଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ମାନେ ନାମ ସଂକୀର୍ତ୍ତନ କରି ଗ୍ରାମ ଦେବତୀ ଙ୍କ ନିକଟରେ ହଇଜା ମହାମାରୀ କୁ ବିନାଶ କରିବା ଉଦ୍ଦେଶ୍ୟରେ ଏହାର ଆୟୋଜନ କରିଥିଲେ। ହରିବୋଲ ହୁଳହୁଳି ସହିତ ଏକ ଆଧ୍ୟାତ୍ମିକ ପରିବେଶ ରେ ଏହା ସମ୍ପନ୍ନ କରାଯାଇଥିଲା। ଏହି ଅବସରରେ ଗ୍ରାମ ରେ ଆମିଷ ବାରଣ କରାଯାଇଛି।

Related Posts

About The Author

Add Comment