ବାରିପଦା ୨୪/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ସ୍ଥାନୀୟ ଲକ୍ଷ୍ମୀପୋଷି ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ହାଇସ୍କୁଲ ପାଠ୍ୟକ୍ରମ ପାଇଁ ଚଳିତ ଶିକ୍ଷାବର୍ଷର ନାମଲେଖା ବନ୍ଦରଖଯବାକୁ ଜିଲ୍ଲା ପ୍ରଶାସନ ନେଇଥିବା ନିଷ୍ପତିକୁ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ବିରୋଧ କରିଛନ୍ତି । ମୟୁରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ସ୍ୱାର୍ଥ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଯତ୍ନବାନ ନୁହନ୍ତି । ସେଥିବପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେବାକୁ ସାହସ କଲା ବୋଲି ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟରେ ହାଇସ୍କୁଲ ପାଠ୍ୟ କ୍ରମ ଆରମ୍ଭ କରିବାକୁ ମାସ ଆର୍ମୀ ଓ ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା ଦାବି କରିଛନ୍ତି । ନଚେତ ଜିଲ୍ଲାର ସ୍ୱାର୍ଥ ପାଇଁ ଅନେ୍ଦାଳନକୁ ଜୋରଦାର କରିଯିବା ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଯୋଗ୍ୟ ସ୍ୱତନ୍ତ୍ର ଦଷ୍ଟିହୀନ ଓ ବଧିର ଉଚ୍ଚବିଦ୍ୟାଳୟରେ ହାଇସ୍କୁଲ ପାଠ୍ୟକ୍ରମ ପାଇଁ ଗତ ବର୍ଷେ ହେଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଉ ନଥିଲା । ଏଥିପାଇଁ ପୂର୍ବରୁ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ବାହାର କରି ଦିଆଯାଇଥିଲା । ଫଳରେ ଏଠାରେ ପଢୁଥିବା କିଛି ଛାତ୍ରଛାତ୍ରୀ ପାଠ ପଢା ଛାଡି ଦେଇଥିବା ବେଳେ ଆଉ କିଛି ଅନ୍ୟ ଜିଲ୍ଲାକୁ ପଢିବା ପାଇଁ ଚାଲିଯାଇଥିଲେ । ତଥାପି ଚଳିତଶିକ୍ଷା ବର୍କ୍ଷରେ ମୋଟ ୫୭ ଜଣ ଛାତ୍ରଛାତ୍ରୀ ହାଇସ୍କୁଲ ପାଠ ପଢିବାକୁ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଦୃଷ୍ଟିହୀନ ବିଦ୍ୟାଳୟରେ ୩୧ ଜଣ ଓ ବଧିର ବିଦ୍ୟାଳୟରେ ୨୬ ଜଣ ଛାତ୍ରଛାତ୍ରୀ ଅଛନ୍ତ । ତେବେ କରୋନା ସମୟରେ ଛାତ୍ରଛାତ୍ରୀମାନେ ଘରେ ଥିବାବେଳେ ଅଚାନକ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଗତ ୧୬ ତାରିଖରେ ନିଦେ୍ର୍ଦଶ ଦେଇଥିଲା । ଫଳରେ ଅଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଭିନ୍ନକ୍ଷମ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବାର ଆଶଙ୍କା ପାଇଛି । ଏନେଇ ପ୍ରମେୟ ରେ ଲଗାତାର ଭାବେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ମନମାନି ନୀତିକୁ ବିଭିନ୍ନ ମହଲରେ ବିରୋଧର ସ୍ୱର ଉଠିଛି । ମଙ୍ଗଳବାର ମାସ ଆର୍ମର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଓ ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ଧର୍ମରାଜ ହାଁସଦାଃ ଏକ ପ୍ରେସ୍ ବିବୃତ ଜରିଆରେ ଅଭିଯୋଗ କରିଛନ୍ତି ।
ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ହାଇସ୍କୁଲ ବନ୍ଦ ହେବା ଘଟଣା



