ଯାଜପୁର, ତା- ୧୭.୦୩.୨୦୨୨, (ସନ୍ଧାନ ନିଉଜ) ଭାରତ ସ୍କାଉଟ୍ ଗାଇଡ୍ ଯାଜପୁର ଶାଖାର ବାର୍ଷିକ କ୍ୟାମ୍ପୋରୀ ଉସôବ – ୨୦୨୨ ତିନି ଦିନ ଧରି ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅନ୍ତିମ ଦିବସର ପୂର୍ବାହ୍ନ ୭ ଘଟିକା ସମୟରେ ଆୟୋଜିତ ହୋଇଥିବା ସର୍ବଧର୍ମ ସଭାରେ ସହକାରୀ ଜିଲ୍ଲାପାଳ କୁଳମଣି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କାଉଟ ଗାଇଡମାନଙ୍କୁ ଉସôାହିତ କରିଥିଲେ । ଅପରାହ୍ନରେ ଆୟୋଜିତ ଉଦଯାପନ ଉସôବରେ ଭାରତ ସ୍କାଉଟ ଗାଇଡ.ଯାଜପୁର ଶାଖାର ମୁଖ୍ୟ ଆୟୁକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରଞ୍ଜନ କୁମାର ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଭାରତ ସ୍କାଉଟ ଗାଇଡର ରଷ୍ଟ୍ରୀୟ ଉପ ସଭାପତି ଓ ରାଜ୍ୟ ମୁଖ୍ୟ ଆୟୁକ୍ତ ଡ. କାଳୀ ପ୍ରସାଦ ମିଶ୍ର ସ୍କାଉଟ ଗାଇଡମାନଙ୍କୁ କହିଥିଲେ ଯେ ପଞ୍ଚଭୁତରେ ଆମ ଶରୀର ଗଢା ହୋଇ ଥିବା ବେଳେ ବାପା, ମାଆ, ଗୁରୁଜନଙ୍କ ସହାୟତାରେ ଆଗକୁ ବଢି ଥାଆନ୍ତି । ଏହି ମର୍ମରେ ସେ ଏକ ଗଳ୍ପ ଆଳରେ ସମସ୍ତଙ୍କୁ ଭଲ ପାଇବା, ସ୍ନେହ ମମତାରେ ସଭିଙ୍କୁ ବାନ୍ଧି ରଖିବାକୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀମତୀ ଅନାମିକା ଦାସ କହିଲେ ଯେ ଅନ୍ୟ ସହିତ ପ୍ରତିଯୋଗିତା ନ କରି ନିଜ ସହ ନିଜେ ପ୍ରତିଯୋଗିତା କଲେ ଆଗକୁ ବଢି ପାରିବା । ତିନି ଦିନର ଏହି କାର୍ଯ୍ୟକ୍ରମକୁ ସମସ୍ତ ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନମାନେ ସଫଳତାର ସହ ପରି•ାଳନା କରିଥିବା ବେଳେ ଜିଲ୍ଲା ସ୍କୁଲର ଗାଇଡ କ୍ୟାପଟେନ୍ ନୀଳାମ୍ବରୀ ମିଶ୍ର ଓ ସ୍କାଉଟ ମାଷ୍ଟର ଜାହିରୁଦ୍ଦିନ୍ ଖାନ୍ ସମସ୍ତ ଶି୍କ୍ଷକ ଶି÷କ୍ଷୟିତ୍ରୀ ଉପସ୍ଥିତ ରହି ପ୍ରତ୍ୟକ୍ଷ ସହଯୋଗ କରିଥିଲେ । ଇତ୍ୟବସରରେ ଭାରତ ସ୍କାଉଟ ଗାଇଡର ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ, ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ ଓ ଯାଜପୁର ଶାଖାର ସ୍କାଉଟ ଆୟୁକ୍ତ ରବି ପ୍ରସାଦ ସାମଲ,ମିହିର ନାୟକ ଯୋଗ ଦେଇଥିବା ବେଳେ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ଗାଇଡ୍ ସଂଯୁକ୍ତା ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗାଇଡ୍ କ୍ୟାପଟେନ୍ ସ୍ୱପ୍ନା ପତି ଧନ୍ୟବାଦ ଅର୍ପଣା କରିଥିଲେ । ଆଜିର ଏହି ଉଦଯାପନି ଉସôବରେ ଅନ୍ୟମାନଙ୍କ ମଧ୍ୟରେ ଅ୍ତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ, ଜିଲ୍ଲା ସଙ୍ଗଠନ ଆୟୁକ୍ତ ବିଶ୍ୱମ୍ବର ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ମିହିର ରଞ୍ଜନ ନାୟକ ପ୍ରମୁଖ ସଭାରେ ଯୋଗଦେଇ ସ୍କାଉଟ ଗାଇଡମାନଙ୍କୁ ଦିଗଦର୍ଶନ ଦେଇଥିଲେ ।