ସୂଚନା ଅଧିକାରୀ ଆଇନ୍ ସମ୍ପର୍କରେ ଜିଲ୍ଲାସ୍ତରୀୟ ଆଲୋଚନା

Spread the love

ଧର୍ମଶାଳା, ୧୪/୧(ସନ୍ଧାନ ନିୟୁଜ) ଓଡିଶା ସୂଚନାଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାରୀ ଆଇନ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ସଭା ଯାଜପୁର ଜିଲ୍ଲାର ଜାରକାଠାରେ ସର୍ବେଶ୍ୱର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ର ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ସୂଚନା ଅଧିକାର କର୍ମୀ ଏବଂ ସମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ସରକାର ଏନେଇ ଏକ ଆଇନ୍ ପ୍ରଣୟନ କରିବା ଉପରେ ଜୋର ଦେବା ସହିତ ଏଥିରେ ସାଧରଣ ଲୋକ ଏବଂ ଅଧିକ ସୂଚନ ଅଧିକାର କର୍ମୀ ମାନେ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରଦାନ କରିଥିଲେ । ଏପରକି ଏହି ଆଇନ୍ ସମସ୍ତଙ୍କ ଅଧିକାର ଏବଂ ସରକାରଙ୍କ ବିଭିନ୍ନ ଦୁର୍ନିତକୁ ଲୋକଲୋଚନକୁ ଆଣିପାରୁଛି । ସର୍ବପରି ଏହାଦ୍ୱାରା ବିଭିନ୍ନ ଦୁର୍ନିତର ବିଚାର ପାଇଁ ମଧ୍ୟ ଲୋକାଯୁକ୍ତ ଗଠନ ହୋଇଛି । ମୁଖ୍ୟ ବକ୍ତ ଭାବେ ସୂଚନା ଅଧିକାର ଅଭିଯାନର ରାଜ୍ୟ ସଭାପତି ପ୍ରଦୀନ ପ୍ରଧାନ ଯୋଗଦେଇ ସୂଚନ ଅଧିକାରକୁ ବ୍ୟପକ ଭାବରେ ବ୍ୟବହାର କରିବା ଦିଗରେ ଗୁରୁତ୍ୱ ଦେବା ସହିତ ଏହା କିପରି ସାଧରଣ ଲୋକଙ୍କ ସହାୟକ ହେବ ଏବଂ ବିଭିନ୍ନ ଦୁର୍ନିତକୁ ରୋକାଯାଇପାରିବ ତାହା ଉପରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓସାର କୋର କମିଟି ମେମ୍ବର ସଂଯୁକ୍ତା ମହାପାତ୍ର ଯୋଗଦେଇ ସୂଚନା ଅଧିକାର ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ କିଭଳି ଅନେକ ଅଣପଞ୍ଜିକୃତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ଏବଂ ଏହାଦ୍ୱାରା ତାହାର କିଭଳି ଖୁଲାସା ହୋଇପାରିବ ତାହା ଉପରେ ମତ ରଖିଥିଲେ । ଅତ୍ୟତମ ଅତିଥି ଭାବରେ ସୁଶାନ୍ତ ବେହେରା, ଚନ୍ଦ୍ରମଣି ପଣ୍ଡିତ, ସାବିତ୍ରୀ ସାହୁ, ଯୋଗଦେଇଥିବା ବେଳେ ବହୁ ସାମାଜିକ ଏବଂ ସୂଚନା ଅଧିକାର କର୍ମୀ ମାନେ ଉପସ୍ଥିତ ଥିଲେ । ଏଥିରେ ମାନସ ରଂଜନ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଧିରି ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

About The Author

Add Comment