ସୁନ୍ଦରଗଡ ତା:୧୯/୭/୨୦୨୬(ସନ୍ଧାନ ନ୍ୟୁଜ) ଗତକାଲି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ସଭ୍ୟସଭ୍ୟାମାନେ ଜିଲ୍ଲାର ପ୍ରଗତି ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ପ୍ରସ୍ତାବ ଆଗତ କରିଥିଲେ। ପ୍ରକଳ୍ପଗୁଡ଼ିକର ପୁନରାବୃତ୍ତି ରୋକିବା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲା ସ୍ତରରେ ଏକ ସ୍ୱତନ୍ତ୍ର ଡାଟାବେସ୍ ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ସୂଚନା ଦେଇଥିଲେ । ଏହାସହ ସଭ୍ୟସଭ୍ୟାଙ୍କ ଦ୍ୱାରା ପ୍ରସ୍ତାବିତ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳର ପ୍ରକଳ୍ପଗୁଡ଼ିକ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରୁ ଅର୍ଥ ପ୍ରଦାନ କରାଯିବା ନେଇ ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଛି।ଏହି ଅବସରରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯିବା ସହ ସମସ୍ତ ପ୍ରକଳ୍ପକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଉଚ୍ଚସ୍ତରୀୟ ବୈଠକରେ ବଣେଇ, ରଘୁନାଥପାଲି ଓ ରାଜଗାଙ୍ଗପୁରର ମାନ୍ୟବର ବିଧାୟକଗଣ, ଜିଲ୍ଲା ପରିଷଦର ସମ୍ମାନିତ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ବିକାଶ ଭବନଠାରେ ଷଷ୍ଠ ଜିଲ୍ଲା ପରିଷଦର ନବମ ସମୀକ୍ଷା ବୈଠକ ଅନୁଷ୍ଠିତ
|
July 19, 2026 |



