ସୁନ୍ଦରଗଡ଼ ତା:୨୭/୩/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜି ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ଅପୂର୍ବ ଉତ୍ସାହ ସକାଳୁ ସକାଳୁ ବିଭିନ୍ନ ରାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଜମିଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରିତ ହେଉଛି ପରିବେଶ । ସୁନ୍ଦରଗଡ଼ ସହରଠାରୁ ଆରମ୍ଭ କରି ସବଡେଗା ର ଡମକୁଡା, ରାଜଗାଙ୍ଗପୁର ଓ ବଡ଼ଗାଁ ପର୍ଯ୍ୟନ୍ତ ସବୁଠି ଆଧ୍ୟାତ୍ମିକତାର ମାହୋଲ। ବିଭିନ୍ନ ସ୍ଥାନରେ ସୁନ୍ଦର ପେଣ୍ଡାଲ ସହ ପ୍ରଭୁଙ୍କ ପୂଜାର୍ଚ୍ଚନା ଚାଲିଛି ।
ପାରମ୍ପାରିକ ରୀତି ନୀତି ଅନୁସାରେ ସବଡେଗା ର ଡମକୁଡ଼ା, ବଡ ଗାଁ ରେ ଭବ୍ୟ ଆୟୋଜନ ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ରାଜଗାଙ୍ଗପୁରରେ ଆଖଡ଼ା କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଚାଳନା ସହ ଶତାଧିକ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଫୋର୍ସ ମୁତୟନ କରାଯିବା ସହ ଡ୍ରୋନ୍ କ୍ୟାମେରା ଜରିଆରେ ନଜର ରଖାଯାଇଛି ।ଆଜିର ଦିନଟି ଆମ ପାଇଁ ବହୁତ ଖୁସିର ଦିନ। ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବକୁ ଆମେ ବହୁତ ଧୂମଧାମରେ ପାଳନ କରୁଛୁ। ଚାରିଆଡ଼େ କେବଳ ରାମ ନାମ ଶୁଣାଯାଉଛି ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଜଣାପଡିଛି ।ତେବେ ଉତ୍ସବ ମଧ୍ୟରେ କୌଣସି ଅଘଟଣ ଯେପରି ନ ଘଟେ ସେଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ରାମ ନବମୀର ଏହି ଭବ୍ୟ ଶୋଭାଯାତ୍ରା ସୁନ୍ଦରଗଡ଼ରେ ଭାଇଚାରାର ଏକ ନିଆରା ନିଦର୍ଶନ ସୃଷ୍ଟି କରିଥିବା ଜଣାପଡିଛି ।
ସୁନ୍ଦରଗଡ଼ ଜିଲ୍ଲାରେ ରାମ ନବମୀ ଧୁମଧାମରେ ଶୁଭାରମ୍ଭ
|
March 27, 2026 |



