ସୁନ୍ଦରଗଡ଼ ୧୧/୯(ସନ୍ଧାନ ନ୍ୟୁଜ/ସନ୍ୟାସୀ ସାହୁ): ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ତରଫରୁ ଆଇ.ଏମ୍.ଆଇ.- ୫.୦ ବା ଇଣ୍ଟେନ୍ସିଫାଏଡ୍ ମିସନ୍ ଇନ୍ଦ୍ରଧନୁଷ୍ – ୫.୦ ଟୀକାକରଣର ଶୁଭାରମ୍ଭ କରାଯାଇଛି | ଏ ସମ୍ବନ୍ଧରେ ସୁନ୍ଦରଗଡ଼ ଜିଲ୍ଲା ସି.ଡି.ଏମ୍.ଓ. ଏବଂ ଏ.ଡି.ଏମ୍.ଓ.ଙ୍କ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡ଼କ୍ଟର ମନୋଜ କୁମାର ଆଚାର୍ଯ୍ଯ | ଏହି ଆଇ.ଏମ.ଆଇ.- ୫.୦ ଟୀକାକରଣ କାର୍ଯ୍ଯକ୍ରମ ମଧ୍ଯରେ ଗର୍ଭବତୀ ମହିଳା, ଜନ୍ମରୁ ୨ବର୍ଷ ପର୍ଯ୍ଯନ୍ତ ଶିଶୁ ଏବଂ ୨ବର୍ଷରୁ ୫ ବର୍ଷ ପର୍ଯ୍ଯନ୍ତ ଶିଶୁଙ୍କୁ ଅନ୍ତରଭୁକ୍ତ କରାଯାଇଛି | ପ୍ରଥମ ଟୀକାକରଣ କାର୍ଯ୍ଯକ୍ରମ ସେପ୍ଟେମ୍ବର ୧୧ ତାରିଖରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ଯନ୍ତ ଚାଲିବାକୁ ଥିଲା ବେଳେ ଦ୍ବିତୀୟ ପର୍ଯ୍ଯାୟ ଅକ୍ଟୋବର ୯ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ଏବଂ ତ୍ରୁତୀୟ ପର୍ଯ୍ଯାୟ ନଭେମ୍ବର ୬ ତାରିଖରୁ ୧୧ ତାରିଖ ପର୍ଯ୍ଯନ୍ତ ଚାଲିବ | ଗର୍ଭବତୀ ମହିଳାମାନଙ୍କୁ ପ୍ରଥମ ଥରରେ ଟି.ଟି; ଦ୍ବିତୀୟ ଥରରେ ଟି.ଟି. ଏବଂ ତ୍ରୁତୀୟ ଥରରେ ବୁଷ୍ଟର ଡୋଜ୍ ଦିଆଯିବାର କାର୍ଯକ୍ରମ ରହିଛି | ସେହିପରି ଶିଶୁମାନଙ୍କୁ ତିନୋଟି ପର୍ଯ୍ଯାୟରେ ୬ ଥରରେ ଆଇ.ଏମ୍.ଆଇ.- ୫.୦ ଟୀକାକରଣ କରାଯିବାର କାର୍ଯ୍ଯକ୍ରମ ରହିଛି ବୋଲି ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି | ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ମନୋଜ କୁମାର ଆଚାର୍ଯ୍ଯଙ୍କ ସମେତ ଶଙ୍କର ଆଚାର୍ଯ୍ଯ, ମହେନ୍ଦ୍ର ବାଗ୍, ଅଶ୍ବନୀ ମିଶ୍ର ଏବଂ ବିନୟ ବାଂଚୋର ଉପସ୍ଥିତ ଥିଲେ |
ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ତରଫରୁ ଆରମ୍ଭ ହେଲା ଆଇ.ଏମ୍.ଆଇ.- ୫.୦
|
September 11, 2023 |