ସୁନ୍ଦରଗଡ,୨୬/୦୨/୨୦୨୧(ସନ୍ଧାନ ନିଉଜ/ରୋଶନ ପଟେଲ)- ଆଜି ଦ୍ରବ୍ୟ ଓ ସେବାକର ସରଳୀକରଣ ଦାବି ରେ ଭାରତ ବ୍ୟାପାର ବନ୍ଦ କରାଯାଇ ଥିଲା I ସୁନ୍ଦରଗଡ ଜିଲ୍ଲା ରେ “ସୁନ୍ଦରଗଡ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ” ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଥିଲା , ଯାହା କି ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଛି I ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ସମସ୍ତ ଦୋକାନ ବଜାର ଏବଂ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା I ଏହା ସହିତ ସମସ୍ତ ଯାନବାହାନ ଚଳା ଚଳ ମଧ୍ୟ ବନ୍ଦ ରହିଥିଲା I ସମସ୍ତ ଔଷଧ ଦୋକାନ ଖୋଲା ରହିଥିଲା I ସ୍କୂଲ , କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା I ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ସନ୍ଧ୍ୟା ୬ଟା ପରେ ଖୋଲିଥିଲା I
ସୁନ୍ଦରଗଡ ରେ ବ୍ୟାପାର ବନ୍ଦ ସଫଳ
|
February 27, 2021 |
