ସୁନ୍ଦରଗଡ ତା:୧୩/୯/୨୦୨୫( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକର ଡମକୁଡା ଠାରୁ ଦେଓଗାଁ RD ରାସ୍ତା ର ସାଲେଘଗରା ଠାରେ ଥିବା ପୋଲଟି ବହୁତ ଦିନରୁ ଭାଙ୍ଗି ପଡ଼ିଛି,ଏହି ରାସ୍ତାରେ ଚାରିଚକିଆ ଯାନ ଯିବା ଆସିବା ଅସମ୍ଭବ ହୋଇ ପଡ଼ିଛି, ବିଶେଷ କରି ଏହି ରାସ୍ତା ରେ ବସ ଚଳାଚଳ କରୁ ଥିଲା ,ଏହି ବସ ଉପରେ ନିର୍ଭର କରି ବହୁତ ଲୋକ ଯିବା ଆସିବା କରୁଥିଲେ,ବିଶେଷ କରି ଏହି ରାସ୍ତା ରେ ବସ ଚାଲିବ ଦ୍ୱାରା ବହୁତ ସ୍କୁଲ ଛାତ୍ର ଛାତ୍ରୀ ସବଡେଗା କୁ ପାଠ ପଢିବା ପାଇଁ ଆସୁଥିଲେ କିନ୍ତୁ ଏହି ପୋଲଟି ଭାଙ୍ଗି ଯାଇଥିବାରୁ ବସ ଚଲାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ପଡ଼ିଛି । ଏହି କାରଣରୁ ଶିକ୍ଷା,ସ୍ବାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି ।ଏଣୁ ପ୍ରଶାସନ କୁ ଅନୁରୋଧ ଅତିଶିଘ୍ର ଏହି ପୋଲ କୁ ତିଆରି କରି ଲୋକଙ୍କ ତଥା ସ୍କୁଳ ଛାତ୍ର ଛାତ୍ରୀ ଙ୍କ ସମସ୍ୟା ଦୂର କରିବା ପାଇଁ ଦାବି କରିଥିବା ଜଣାପଡିଛି ।
ସାଲେଘାଗରା ରାସ୍ତାର ପୋଲ ଭୁସୁଡ଼ିବା ଅବସ୍ଥାରେ,ଶିକ୍ଷା ଓ ଗମନାଗମନ ଠପ୍
|
September 13, 2025 |



