ତିହିଡ଼ି ୭/୨/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ସାମନ୍ତରା ପୁର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜ କିଶୋର ଦାସ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଶ୍ରୀଯୁକ୍ତ ରାଧାକାନ୍ତ ମଲ୍ଲିକ ଙ୍କ ସଭାପତିତ୍ବ ରେ ଏହି ସଭାରେ ଯେଉଁ ଅତିଥି ମାନେ ଯୋଗ ଦେଇଥିଲେ, ସେମାନେ ହେଲେ ଦୈନିକ ସମାଜ ର ପ୍ରତିନିଧି ରାମନାରାୟଣ ନାୟକ,ଶିକ୍ଷାବିତ୍ ରବି ନାରାୟଣ ନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅନିଲ ମିଶ୍ର, ଓସ୍ତା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ, ଜାମଯୋଡ଼ି ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ ,ମୁକ୍ତିକାନ୍ତ ନାୟକ,କ୍ଷେତ୍ରବାସୀ ଦାସ,ଅଶୋକ ନାୟକ,ପ୍ରେମାନନ୍ଦ ବଳ,ଅରବିନ୍ଦ ମଲ୍ଲିକ,ଉମାକାନ୍ତ ତ୍ରିପାଠୀ, କାହ୍ନୁ ଚରଣ ସେଠୀ,ସୁଦର୍ଶନ ବିଶ୍ୱାଳ,ସନ୍ଥ ଚରଣ ବିଶ୍ୱାଳ,ଓ ଅନ୍ୟମାନେ।ସଭାକାର୍ଯ୍ୟ ଆରମ୍ଭ ରୁ ଅତିଥି ମାନେ ଜଗନ୍ନାଥ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଦୀପ ଧୂପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଆହ୍ବାନ ଦେଇ ଥିଲେ। ପ୍ରଧାନ ଶିକ୍ଷକ ରାଜ କିଶୋର ଦାସ ଙ୍କ ଅବସର ପରେ ତାଙ୍କ ପରି କିଏ ବିଦ୍ୟାଳୟ କୁ ପରିଚାଳିତ କରିବ ବୋଲି ପ୍ରଶ୍ନ କରିଥିଲେ। ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ନୟନ କିଶୋର କାଣ୍ଡି ଅତିଥି ପରିଚୟ ପ୍ରଦାନ କରି ଥିଲେ। ବାର୍ଷିକ ବିବରଣୀ ପାଠ କରିଥିଲେ ଲେଲିନ ଦାସ,ଧନ୍ୟବାଦ୍ ଅର୍ପଣ କରି ଥିଲେ ଲକ୍ଷ୍ମୀଧର ତ୍ରିପାଠୀ। ପ୍ରଧାନ ଶିକ୍ଷକ ରାଜ କିଶୋର ଦାସ ତାଙ୍କ ଅବସର କାଳୀନ ଅର୍ଥ ରୁ ବିଦ୍ୟାଳୟ କୁ ଏକ ଲକ୍ଷ ଟଙ୍କା ଦାନ କରି ଥିଲେ। ଏହି ଅର୍ଥ ପ୍ରତି ବର୍ଷ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯିବ ବୋଲି ଘୋଷଣା କରିଥିଲେ। ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କ ମନ ମୋହି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ସାମନ୍ତରାପୂର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା।
|
February 7, 2026 |



