ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଅଘଟଣ; ତଳକୁ ଖସିପଡିଲା ପତାକା

Spread the love

ନୀଳଗିରି, 27.01.2021 (ସନ୍ଧାନ ନିଉଜ୍) :-  ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଅଘଟଣ। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଏହି ଅଘଟଣ ଘଟିଛି। ଜାତୀୟ ପତାକା ତଳେ ପଡିଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ମଙ୍ଗଳବାର ନୀଳଗିରି ଷ୍ଟାଡିୟମ ପରିସରରେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ହେଲେ ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ହଠାତ୍ ତାହା ଛିଣ୍ଡି ତଳେ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ପୁଲିସ ଓ ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀମାନେ ଏହି ପତାକାକୁ ଧରି ନେଇଥିଲେ। କିଛି ସମୟ ପରେ ପୁନର୍ବାର ପତାକା ବାନ୍ଧା ଯାଇଥିଲେ । ତେବେ ପତାକା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ କିପରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏଭଳି ଚିତ୍ରକୁ ଗଣମାଧ୍ୟମ ଲୋକ ଲୋଚନକୁ ନଆଣିବାକୁ ପୋଲିସ ଚାପ ପକାଇଥିବା ସୂଚନା ମିଳିଛି ।

Related Posts

About The Author

Add Comment