ଧର୍ମଶାଳା, ୨୫/୧(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ବହୁବାର ଆନ୍ଦୋଳନ ଓ ପ୍ରତିବାଦର ଅବସାନ ଘଟାଇ ପୁର୍ବତଟ ରେଲପଥ ପକ୍ଷରୁ ଜେନାପୁରଠାରେ ରେଳ ରହଣି ପାଇଁ ଏକ ଉପଯୁକ୍ତ ପଦକ୍ଷେପ ନିଆଯାଇଛି । ଫଳସ୍ୱରୁପ ଜେନାପୁର ରେଳଷ୍ଟେସନ ଉପରେ ନିର୍ଭର କରୁଥିବା ଯାତ୍ରୀମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏଥିନେଇ ପୁର୍ବତଟ ରେଳପଥ ପକ୍ଷରୁ ଜେନାପୁର ରେଳ ଷ୍ଟେସନକୁ ବିଧିବଦ୍ଧ ଭାବେ ନିକଟରେ ଏକ ସ୍ୱତନ୍ତ୍ର ଚିଠି ପଠାଯାଇଥିଲା । ତଦନୁଯାୟୀ ସାଧାରଣତନ୍ତ୍ର ଦିବସଠାରୁ ଜେନାପୁର ଠାରେ ନୂତନ କରି କେନ୍ଦୁଝରଗଡ-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜ ରହଣି ଶୁଭାରମ୍ଭ କରାଯିବ । ଏହି ଟ୍ରେନ (୫୮୪୨୫) ଅପ୍ଲାଇନରେ ଭୁବନେଶ୍ୱର ଅଭିମୁଖେ ଯିବାବେଳେ ଜେନାପୁର ରେଳ ଷ୍ଟେସନରେ ପୂର୍ବାହ୍ଣ ୦୯.୩୩ ରେ ପହଁଞ୍ଚି ୦୯.୩୫ ରେ ଛାଡିବ । ସେହିପରି ୫୮୪୨୬ ନମ୍ବର ବିଶିଷ୍ଟ ଡାଉନ ଟ୍ରେନଟି କେନ୍ଦୁଝର ଅଭିମୂଖେ ଯିବାବେଳେ ଅପରାହ୍ନ ୦୫/୪୮ ରେ ଜେନାପୁର ଷ୍ଟେସନରେ ପହଁଞ୍ଚି୦୫.୪୯ରେ ଛାଡିବ ବୋଲି ସୂଚନା ମିଳିଛି । ଏହାକ ଦୃଷ୍ଟିରେ ରଖି ସ୍ଥାନୀୟ ରେଳବିକାଶ କମିଟିର ସଭାପତି ଚନ୍ଦ୍ରମଣି ଦାସଙ୍କ ନେତୃତ୍ୱରେ ବିଜୟ ଲାଭର ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯିବାକୁ ସ୍ଥିରୀକୃତ ହୋଇଛି । ଏଥିରେ ଅଞ୍ଚଳବାସୀ ଓ ହଜାର ହଜାର ରେଳ ଯାତ୍ରୀ ଅଂଶ ଗ୍ରହଣ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି । ସୂଚନା ଥାଉକି ୨୦୧୪ ମସିହା ଜାନୁଆରୀ ମାସରେ ଏକ ସପ୍ତାହ ବ୍ୟାପୀ ବିଭିନ୍ନ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ରହଣି ଦାବି ନେଇ ଷ୍ଟେସନ ପରିସରରେ କମିଟି ପକ୍ଷରୁ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା ।
|
|