ସହୀଦ ଭଗତ ସିଂହଙ୍କ ସହୀଦ ସପ୍ତାହ ପାଳିତ

Spread the love

ଧର୍ମଶାଳା, ୦୩/୦୪ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦଳା ହରିଦାସପୁର ସେବାସମିତି ପରିସରରେ ସହୀଦ ଭଗତ ସିଂହଙ୍କ ସହୀଦ ସପ୍ତାହ ପାଳିତ ହୋଇଯାଇଛି । ଡିଏସଓ ପକ୍ଷରୁ ଅନୁଷ୍ଠିତ ଏହି ସହୀଦ ସପ୍ତାହରେ ଗବେଷକ ମାନସ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡିଏସଓର ସର୍ବଭାରତୀୟ ଉପ ସଭାପତି ଅକ୍ଷୟ କୁମାର ଦାସ ଯୋଗଦେଇ ସହୀଦ ଭଗତ ସିଂହଙ୍କ ବୀରତ୍ୱ ଏବଂ ନିଜର ଦେଶପ୍ରତି ଭଲ ପାଇବା ପାଇଁ ନିଜର ଖୁସିରେ ପାଶୀଖୁଂଟରେ ଝୁଲି ଯାଇଥିଲେ ବୋଲି ବର୍ଣ୍ଣନା କରିବା ସହିତ କିପରି ଇଂରେଜର ଭାତରରେ ଶତାଧିକ ଲୋକଙ୍କ ହତ୍ୟକାରୀ ଜେନେରାଲ ଡାଏରଙ୍କୁ ମାରିବା ପାଇଁ ଉଦ୍ଧମ ସଂହଙ୍କ ସହିତ ଇଂଲଣ୍ଡ ଯାଇ ସେଠାରେ ତାଙ୍କୁ ହତ୍ୟା କରି ଅସିଥିଲେ ତାହା ସବୁଠାରୁ ବଡ ଦେଶପ୍ରୀତି ବୋଲି ପ୍ରକାଶ କରି ପ୍ରତ୍ୟକ ଭାରତୀୟ ଯୁବକ ମାନେ ତାଙ୍କ ଭଳି ଚରିତ୍ରବାନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସିତାନାଥ ସ୍ୱାଇଁ, ମଦନ ମୋହନ ସାମଲ, ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ତାଙ୍କର ଆର୍ଦଶକୁ ପାଳନ କରିବାକୁ ମତ ରଖିଥିଲେ । ଶେଷରେ ଡିଏସଓର ଜିଲ୍ଲା ଉପସଭାପତି ବିଚିତ୍ର ଦାସ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment