ସୁନ୍ଦରଗଡ଼ ତା:୧୨-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ/ବ୍ୟୁରୋ )ସରହାଜଂଘା ରୁ ଯୁବକ ଦଳ ଆସି ମୁରକିଆ ଯୁବକ ଦ୍ୱୟ ଙ୍କୁ କଲେ ଆକ୍ରମଣ ଏ ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ମୁରକିଆ ଗ୍ରାମ ର ବିଶାଳ ଭୂଇଁହର ଓ ଲୁଲେଚନ ଭୂଇଁହର ଗତ ତା:୧୧-୦୬-୨୦୨୬ରିଖ ଗୁରୁବାର ଦିନ ପ୍ରାୟ ୫ଟା ୩୦ମିନିଟ ସମୟ ରେ ଗୋଟିଏ ପଡୋଶୀ ଘରର ଛୁଆ ଟି କୁ ଧରି ଖେଳାଉ ଥିବା ସମୟ ରେ ସରହାଜଂଘା ଗ୍ରାମ ର ଫୁଲଚାନ୍ଦ ଡମ (୨୦)ଅଜିତ ଡମ (୧୮)ସୁଶାନ୍ତ ଡମ (୧୯)ଆକାଶ ଡମ (୨୦)ଅମଲେସ ଡମ (୨୧)ସୁରଜ ଡମ (୨୦)ଓ ତାଙ୍କର ସାଙ୍ଗ ସାଥି ମିଶି ୪ଟି ବାଇକ ଯୋଗେ ଆସି ବିକାଶ ଭୂଇଁହର ଓ ଲୁଲେଚନ ଭୂଇଁହର ଙ୍କୁ ହଠାତ ଆସି ଆକ୍ରମଣ କରି ମାଡ ମାରିଲେ l ବିକାଶ ଭୂଇଁହର ଛୁଆ କୁ ଧରିଥିବା ଯୋଗୁଁ ସେଠାରୁ ଛଡେଇ ହୋଇ ପାରୁ ନ ଥିଲେ l ଏହା ଦେଖି ସେ ଛୁଆ ର ମା ଶ୍ରୀମତି ଲଷ୍ମୀ ତନ୍ତୀ ସେଠାକୁ ଆସି ଛୁଆ କୁ ଛଡାଇ ନେବା ସମୟରେ ସେମାନେ ଲଷ୍ମୀ ତନ୍ତୀ ଙ୍କୁ ହେଲେ ଆକ୍ରମଣ କରିଥିଲେ l ଯ ଦ୍ୱାରା ଲଷ୍ମୀ ତନ୍ତୀ ଙ୍କ ବେକ ପଛ ପଟେ ହାତ ନଖ ବାଜିଛି l ବିଶାଳ ଭୂଇଁହର ର ଗାଲ ରେ ବାଡ଼ି ରେ ମାଡ଼ ହୋଇଛି ଏବଂ ଦରଦ ହେଉଥିବା ବିଶାଳ କହିଛନ୍ତି ତା ଛଡା ଲୁଲେଚନ ଭୂଇଁହର ଙ୍କୁ ଏତେ ଜୋର ରେ ମାଡ଼ ହୋଇଛି ଯେ ତାଙ୍କର ମୁଣ୍ଡ ଫାଟି ଯାଇଥିବା ଯୋଗୁଁ ସେ ବେହୋସ ହୋଇ ପଡିଗଲେ l ଗାଁ ଲୋକେ ଏହା ଦେଖି ତୁରନ୍ତ ୧୦୮ଆମ୍ବୁଲାନ୍ସ କୁ ଡକାଇ ସବଡେଗା ଡାକ୍ତର ଖାନା ପରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା କୁ ନେଇ ଭର୍ତ୍ତି କରା ଯାଇଥିବା ଖବର ମିଳିଛି l ଲୁଲେଚନ ଭୂଇଁହର ସୁନ୍ଦରଗଡ଼ ଡାକ୍ତରଖାନାରେ ବେହୋସ ଅବସ୍ଥା ରେ ରହିଥିବା ସୂଚନା ମିଳିଛି l ଏ ନେଇ ଆଜି ବିକାଶ ଭୂଇଁହର ତଲସରା ଥାନା କୁ ଆସି ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଅଭିଯୋଗ ପାଇ ତଲସରା ଥାନା ଅଧିକାରୀ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l
ସରହାଜଂଘା ରୁ ଯୁବକ ଦଳ ଆସି ମୁରକିଆ ର ଦୁଇ ଯୁବକ ଙ୍କୁ କଲେ ଆକ୍ରମଣ l ଥାନା ରେ ଅଭିଯୋଗ
|
June 12, 2026 |



