ସମ୍ବଲପୁର ତା:୨୩/୦୪/୨୦୨୩ ( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ହନୁମାନ ଜୟନ୍ତୀ ଉପଲକ୍ଷେ ରାଲି ସମୟରେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳର ଶିକାର ନିରିହ ଲୋକଙ୍କର ଜୀବନଯାତ୍ରାରେ ପ୍ରଭାବ ପଡିଥିଲା। ସେ ଦିନ ଦୁଇ ଗୋଷ୍ଟିର ଗଣ୍ଡଗୋଲରେ ଟେକା ପଥର ମାଡ଼ ଯୋଗୁଁ ଅନେକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିରେ ପୋଲିସ କର୍ମଚାରୀମାନେ ମଧ୍ୟ ଆହତ ହେବାର ନଜରକୁ ଆସିଥିଲା।ଏହି ଘଟଣା ପୂର୍ବ ପ୍ରସ୍ତୁତି ବୋଲି ଏସ୍ପି ସାମ୍ପାଦିକ ସମ୍ମିଳନୀରେ କହିଛନ୍ତି। ଏଥିରେ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ଅପାରଗତା ଜଳଜଳ ହୋଇ ଦେଖିବାକୁ ମିଳିଛି। ଗତକାଲି ଇଦ୍ ପର୍ବ ପାଳନ ସମୟରେ ଯେପରି ପୋଲିସ ଛାଉଣୀ ପକାଇଥିଲେ ସେପରି ସେଦିନ ୧୩ ଜଣ ପୋଲିସ ବିଶାଳ ରାଲିକୁ କିପରି ଭାବରେ ଆୟତ୍ତ କରିବେ ବୋଲି ଅଧିକ ପୋଲିସ ସାମିଲ ହୋଇଥିଲେ ଏପରି ଅଘଟନକୁ ଏଡେଇ ଦେଇ ପାରିଥାନ୍ତେ। ଏଥିରେ ପ୍ରଶାସନ ଦାୟୀ ବୋଲି ମାନି ନିରିହ ଲୋକଙ୍କର ଜୀବନ ଉପରେ ହୋଇଥିବା ଅସୁବିଧା ପାଇଁ ଭୂଲ ମାଗିବା କଥା ବୋଲି ସାଧାରଣ ଲୋକମାନେ ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାକୁ ଯେପରି ଦଳ ଦଳ ଭିତରେ କାଦୁଅ ଫିଙ୍ଗା ନୀତି ଛାଡ଼ି ମଣିଷ ହୋଇ ମଣିଷ ପଣିଆ ଓ ଭାଇଚାରା ରଖି ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଜିଲ୍ଲା ପ୍ରଶାସନ ଅନୁରୋଧ କରିବା କଥା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏପରି ଘଟଣା ଯେପରି ଆଗକୁ ନ ହେଉ ଜିଲ୍ଲା ପ୍ରଶାସନ ଏବେଠୁ ସଚେତନ ହେବା ସହ ସମସ୍ତକୁ ସଚେତନ କରୁ ବୋଲି ଆମର ସନ୍ଧାନ ନିଉଜ ପରିବାର ତରଫରୁ ସରକାରଙ୍କ ଠାରେ ବିନମ୍ର ଅନୁରୋଧ। ଏହି ଘଟଣା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ କର୍ଫ୍ୟୁ ସହ ୧୧ ଦିନ ଇଣ୍ଟରନେଟ ସେବାରୁ ବଞ୍ଚିତ ହୋଇଥିଲେ। ଆଜିଠାରୁ ସବୁ ଠିକ୍ ହେବା ସହ ଜୀବନଯାତ୍ରା ସ୍ଵାଭାବିକ ହୋଇଛି ।
ସମ୍ବଲପୁରର ଦୀର୍ଘ ଦିନ ଧରି ଅଚଳବସ୍ଥା ଆଜି ସ୍ୱାଭାବିକ ହେଲା
|
April 23, 2023 |