ସମୀରଙ୍କ ପରେ ବିଜେଡିରୁ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶଙ୍କ ଇସ୍ତଫା

Spread the love

ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ସମୀର ଦାସଙ୍କ ପରେ ବିଜେଡିକୁ ଜ୍ୟୋତିପ୍ରକାଶ ଝଟକା । ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେଡିକୁ ହାଇ ଭୋଲଟେଜ ଝଟକା ଦେଇଛନ୍ତି ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜ ଭିଡିଓ ବାର୍ତ୍ତାରେ ଏନେଇ ସେ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା କହିଛନ୍ତି ।ଚଳିତ ନିର୍ବାଚନରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ସୁବାସିନୀ ସାହୁଙ୍କୁ ସିମୁଳିଆ ଆସନ ପାଇଁ ଟିକେଟ ଦେଇଛି । ଏହାକୁ ଖୋଦ ଜ୍ୟୋତିପ୍ରକାଶଙ୍କ ସମେତ ତାଙ୍କ ସମର୍ଥକମାନେ ସହଜେ ଗ୍ରହଣ କରି ପାରୁ ନଥିଲେ । ଫଳରେ ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜ୍ୟୋତିପ୍ରକାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି ।ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସଂସ୍କୃତି ବିଭାଗ ସମ୍ଭାଳୁଥିଲେ । ନିଜ ଅଞ୍ଚଳରେ ତାଙ୍କର ଭଲ ଦବଦବା ଥିବା ବେଳେ କ’ଣ ପାଇଁ ଏଥର ତାଙ୍କ ଟିକେଟ କଟିଛି ସେ ନେଇ କିଛି ସ୍ପଷ୍ଟ ଉତ୍ତର ମିଳି ପାରିନି । ତେବେ ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ତାହା ଉପରୁ ପରଦା ହଟାଇ ନାହାନ୍ତି ଜ୍ୟୋତିପ୍ରକାଶ ।

Related Posts

About The Author

Add Comment