ଚଣ୍ଡିଖୋଲ, ୨୨/୪ (ସନ୍ଧାନ ନିୟୁଜ)- ବଡ଼ଚଣା ବ୍ଳକ୍ ଅନ୍ତର୍ଗତ କୁନ୍ଦଳ ପଂଚାୟତ ହରିପୁର ଗ୍ରାମର ସମାଜସେବୀ ବୃନ୍ଦାବନ ସାମଲଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ବୃନ୍ଦାବନ ସାମଲ ଜଣେ ସରକାରୀ କର୍ମଚାରୀ ଭାବରେ ଅବସର ଗ୍ରହଣ କରି ନିଜ ଗ୍ରାମରେ ରହି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ଘନିଷ୍ଟତା ଦୃଷ୍ଟିରୁ ବିରୁପା ଗେଙ୍ଗୁଟି ଦ୍ୱୀପାଂଚଳର ଉନ୍ନୟନ ଗେଙ୍ଗୁଟି ନଦୀର ଦକ୍ଷୀଣ ପ୍ରାନ୍ତ ନଦୀ ବନ୍ଧରେ କାର୍ଯ୍ୟରେ ସହଯୋଗ କରି ଚାଷୀ କୁଳର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ । ତାଙ୍କ ମୃତ୍ୟୁରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା, ବିଜେପି ଯୁବନେତା ଅମର ନାୟକ, ବିଜେଡ଼ି ମହିଳା ନେତ୍ରୀ ମନୋରମା ଅଚାର୍ଯ୍ୟ, କୁନ୍ଦଳ ପଂଚାୟତ ସରପଂଚ ଅନନ୍ତ ଦାସ, ସମିତିସଭ୍ୟ ଅନନ୍ତ କିଶୋର ଜେନା, ପ୍ରଫୁଲ ସାମଲ, ବାବାଜୀ ଚରଣ ସାମଲ, ଗୋପାଳ ରାଉତ, ଚଣ୍ଡିଖୋଲ ପ୍ରେସ କ୍ଳବ୍ର ସଭାପତି ପ୍ରଦୀପ୍ତ କୁମାର ପରିଡ଼ା, ସମ୍ପାଦକ ଦୀଲିପ କୁମାର ମହାନ୍ତି, ଶିବରାମ ସାହୁ, ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା, ମୋହନ ଖିଲାର, ପ୍ରସନ୍ନ କୁମାର ବଶ୍ୱାଳ, ଅଭିମନ୍ୟୁ ଧଳ, ପ୍ରୟାସ ପରିବାରର କାର୍ଯ୍ୟକାରୀ ସଭାପତି ଅଶିଶ କୁମାର ମହାପାତ୍ର, ସମ୍ପାଦକ ଭାରତ ଭୁଷଣ ପଣ୍ଡା, ସୁରେନ୍ଦ୍ର ସାମଲ, ହେମଶ ଜେନା, ପ୍ରମୋଦ କୁମାର ଜେନା, ବସନ୍ତ କୁମାର ପଲେଇ, ଶୁଶାନ୍ତ କୁମାର ନାୟକ, ଭାବତୋଷ ବିଶ୍ୱାଳ, ବିଶ୍ୱଜିତ ବରାଳ, ପ୍ରଶାନ୍ତ କୁମାର ରାୟ, ଦୀଲିପ ସାହୁ, ହରିପୁର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ କାଙ୍ଗାଳି ଚରଣ ସାମଲ, ବିଘ୍ନେଶ୍ୱର ସାମଲ, ଦୁଶାସନ ନାୟକ, ପାଣ୍ଡବ ଚରଣ ସାମଲ, ବଟକୃଷ୍ଣ ସାମଲ, ଜୟକୃଷ୍ଣ ସାମଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତତ୍ ସଙ୍ଗେ ସଙ୍ଗେ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭ୍ୟ ଚଚ୍ର୍ିତ ମାହାଲା, ପ୍ରାକ୍ତନ ସମିତି ସଭ୍ୟ ସୁରେଶ ସାହାଣୀ ସ୍ୱାର୍ଗତ ବୃନ୍ଦାବନ ସାମଲଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମର ଶ୍ମଶାନଘାଟରେ ଦାହ କରାଯାଇଥିଲା । ତାଙ୍କ ବଡ଼ପୁଅ ବେଣୁଧର ସାମଲ ମୁଖାଗ୍ନି ଦେଇଥିଲେ ।
ସମାଜସେବୀ ବୃନ୍ଦାବନ ସାମଲଙ୍କ ବିୟୋଗରେ ଶୋକ
|
April 22, 2021 |