କଟକ ୦୯.୦୧ : ମୁମ୍ବାଇ ୟଙ୍ଗିସ୍ତାନ ଫାଉଣ୍ଡେସନ(ଭଏସ୍ ଅଫ୍ ୟଙ୍ଗ ହିନ୍ଦୁସ୍ଥାନ) ତରଫରୁ ପ୍ରାଇଡ ଅଫ ୟଙ୍ଗ ହିନ୍ଦୁସ୍ତାନ ଆୱାର୍ଡ – ୨୦୨୩ ପାଇଲେ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଗୁଣ୍ଡୁରୀଲୋଚା ଗ୍ରାମ ବାସିନ୍ଦା ତଥା ରଂଜିତ ମହାପାତ୍ର ଓ ଆରତୀ ମହାପାତ୍ରଙ୍କ ସୁପୁତ୍ର ପ୍ରକାଶ ଚନ୍ଦ୍ର ମହାପାତ୍ର ଯାହାକି ବେଦାନ୍ତ କଲେଜ କଲ୍ୟାଣ,ମୁମ୍ବାଇରେ ଅନୁଷ୍ଠିତ ହେଇଥିଲା ଏବଂ ଅତିଥି ଭାବେ ସବିତାଆମ୍ର ସେଠୀ କର୍ଣାଟକ ସିଲ୍କ ମାର୍କେଟିଂ ବୋର୍ଡ ପୂର୍ବତନ ଚ୍ୟାରମ୍ୟାନ, ଡକ୍ଟର ପୂର୍ଣ୍ଣିମା ଯୋଗୀ କର୍ଣ୍ଣାଟକ ଷ୍ଟେଟ ଏନ୍ଏସଏସ ଏସ୍ଏସ ଇମ୍ପ୍ଲିମେଣ୍ଟେସନ୍ ଅଫିସର, ମିଥିଲେଶ ଝା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ୟଙ୍ଗିସ୍ତାନ ଫାଉଣ୍ଡେସନ ପ୍ରତି ବର୍ଷ ସାମାଜିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭାରତବର୍ଷର ୩୦ ଜଣ ଯୁବକଙ୍କୁ ପ୍ରାଇଡ ଅଫ ୟଙ୍ଗ ହିନ୍ଦୁସ୍ତାନ ଆୱାର୍ଡ ପ୍ରଦାନ କରିଥାଏ । ଛାତ୍ର ଜୀବନରୁ ସମାଜ ସେବାରେ ବ୍ରତୀ ହୋଇଥିବା ୨୫ ବର୍ଷୀୟ ପ୍ରକାଶ ୨୮ ଥର ବ୍ଲଡ଼ ଏବଂ ୪ ଥର ଏସଡିପି ଦାନ କରିସାରିଲେଣି | ଏଥି ସହ କୋରାନା ମହାମାରୀ ସମୟରେ ଓଡ଼ିଶାରେ ମହାରାଷ୍ଟ୍ରର ଫସିଥିବା ୬୦ ପ୍ରବାସୀଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ସହ ସେମାଙ୍କ ଫେରିବା ପାଇଁ ଟିକେଟର ବ୍ୟବସ୍ଥା କରିଥିଲେ |ପ୍ରକାଶ ଏଵେ ଯାଏ ଶତାଧିକ ରକ୍ତଦାନ ଶିବର ଆୟୋଜନ କରିବା ସହ ଯୁବ ଚେତନା ଶିବିରର ଆୟୋଜନ,ପରିବେଶ ସୁରକ୍ଷା, ବିଭିନ୍ନ ସେଚେତନେତା କାର୍ଯ୍ୟକ୍ରମ, ଯୋଗ ଆଦିର ପ୍ରଚାର ପ୍ରସାର ଫୋନୀ ଆଦି ପ୍ରକୃତିକ ବିପର୍ଯୟରେ ଆଗକୁ ଆସି ଅଳ୍ପ ବୟସରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି | ତାଙ୍କର ଏହି ଉଲ୍ଲେଖନୀୟ କୃତିତ୍ୱ ପାଇଁ ପ୍ରବାସୀ ଓଡ଼ିଆ ଅଭିଯାନ ମୁମ୍ବାଇ,ସିୱାଇ ଏସଡ଼ି ଭୁବନେଶ୍ୱର,ବିଜୟାନନ୍ଦ ଯୁବ ପରିଷଦ ସାଲେପୁର,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା, ନେତାଜୀ ପରିଷଦ ୪୨ ମୌଜା, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା କଟକ ଆଦି ବହୁ ସଂଗଠନ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଦଧିଚି ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି | ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକରେ ପଢ଼ୁଥିବା ସମୟରେ ମଧ୍ୟ୍ୟ ଏନସିସି,ଏନଏସଏସ,ଷ୍ଟୁଡେଣ୍ଟ ଟ୍ରାଫିକ ଭଲେଣ୍ଟିୟର ଆଦି ସେବା ସଂଗଠନରେ ନିଜକୁ ସାମିଲ କରି ବିଭିନ୍ନ ସେବା କାର୍ଯ୍ୟକ୍ରମ କରି ଯୁବ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିପା
ସମାଜସେବା ଦିଗରେ ଉଲ୍ଲେଖନୀୟ ସଫଳତା ନେଇ ଯୁବ ସମାଜସେବୀ ସମ୍ବର୍ଦ୍ଧିତ
|
January 9, 2023 |
