ସବଡେ଼ଗା ବ୍ଲକ ଅନ୍ତର୍ଗତ ଲତଡ଼େଗା  ଗ୍ରାମରେ  ଏମ  ଆର ଜି ଏ ହର୍ଟିକଲଚର  ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Spread the love

ସବଡେ଼ଗା, ୭/୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ)- ଆଜି ସବଡେ଼ଗା ବ୍ଲକ ଅନ୍ତର୍ଗତ ଲତଡ଼େଗା ଗ୍ରାମରେ  ଏମ  ଆର ଜି ଏ ହର୍ଟିକଲଚର  ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସବଡେ଼ଗା ବ୍ଲକ ର ନୂତନ ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା , ସବଡେ଼ଗା ସରପଞ୍ଚ ଶ୍ରୀମତୀ ସୁଜାତା ଲାକ୍ରା ତଥା ହର୍ଟିକଲଚର ଡିପାର୍ଟମେଣ୍ଟ ର ମୁଖ୍ୟ  କର୍ମଚାରୀ  ଉପସ୍ଥିତ ରହି  ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳତା ର ସହ ସମାପନ କରିଥିଲେ l  ହର୍ଟିକଲଚର ଡିପାର୍ଟମେଣ୍ଟ ତରଫରୁ ୨୦୦ ଟି ଉନ୍ନତ କିସମର ଆମ୍ବ ଗଛ ତଥା ୨୦୦ ଟି ଉନ୍ନତ କିସମର କାଜୁ ଗଛ ଲଗାଯାଇଥିଲା l  ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ବହୁତ ପ୍ରଂଶସା କରିଥିଲେ ତଥା ଆଗାମୀ ଦିନରେ ବି ଏପରି କାର୍ଯ୍ୟକ୍ରମ ବଜାୟ ରହୁ ବୋଲି ଗ୍ରାମବାସୀ ମାନେ ଆଶାପ୍ରକାଶ କରିଛନ୍ତି I

Related Posts

About The Author

Add Comment