ସୁନ୍ଦରଗଡ଼,( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) :ସବଡେଗା ରାଜ୍ୟ ରାଜପଥ୨୪ ରେ ଅନବରତ ଚୋରି ହେବାରେ ଲାଗିଛି । ଏହା ଏକ ରୀତିମତ କାର୍ଯ୍ୟର ରୂପ ନେବାରେ ଲାଗିଛି ।ସୂଚନା ଅନୁସାରେ ଗତ ବିଳମ୍ବିତ ରାତ୍ରିରେ ତଲସରା ଥାନା ଅନ୍ତର୍ଗତ ସବଡେଗା ମୁଖ୍ୟ ରାସ୍ତା ଉପରେ ଥିବା ବଂସଲ ଟ୍ରେଡ଼ର୍ଶର ମୁଖ୍ୟ ଦ୍ୱାର ଭାଙ୍ଗି ପାଞ୍ଚ ହଜାର ଟଙ୍କା ସହ ଶିଶି ଟିଭି ଜିନିଷ ପତ୍ର ଚୋରି ହୋଇଥିବା ବେଳେ ଅନ୍ୟ ଏକ ଦୋକାମ ଗୃହରୁ ସାତସହ ଟଙ୍କା ସହ ଅନେକ ଜିନିଷ ଚୋରି ହୋଇଥିବା ତଲସରା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ କ୍ରମେ ତଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଶିଶି ଟିଭି ଫୁଟେଜ ଦେଖିବା ପରେ ଚୋରକୁ ଚିନ୍ହଟ କରିଥିବା ବିଶେଷ ସୁତ୍ରରୁ ଜଣାପଡିଛ । ଅନେକ ଦିଗକୁ ଅନୁଧ୍ୟାନ କରି ତଲସରା ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।ବିଗତ ଅନେକ ସମୟଧରି ଅଂଚଳରେ ଚୋରଦଳ ସକ୍ରିୟହେବା ଆଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇବା ସହିତ ପ୍ରଶାସନ ର ଅପାରଗତା ଉପରେ ବଡ଼ ପ୍ରଶ୍ନ ହୋଇଥିବା ସହିତ ପେଟ୍ରୋଲିଂ ସମୟ ଅନୁସାରେ ନ ହେବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କ୍ରମାଗତ ଭାବରେ ଅଞ୍ଚଳରେ ଚୋରି ଲାଗିରହିବା ଅସନ୍ତୋଷର ବାତାବରଣ ସୃଷ୍ଟି କରୁଥିବା ଦେଖି ଆକୁ ମିଳୁଛି । ଅନେକ ସମୟ ଧରି ଏହାର ସମାଧାନ ନ ହେବା ଅନୈତିକ କାର୍ଯ୍ୟକୁ ପ୍ରୋସାହନ ଦେବାରେ ପ୍ରଶାସନ ଉପରେ ଏକ ବଡ଼ ପ୍ରଶ୍ନ ଓ ଏହାର ସମାଧାନ କୁ ନେଇ କଣ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଛି ।
ସବଡେଗାରେ ଚୋରଦଳ ସକ୍ରିୟ, ପ୍ରଶାସନର ଅପାରଗତା
|
June 19, 2024 |