ସବଡେଗା ରେ ଦୁର୍ନୀତିକୁ ନେଇ ଜଳସେଚନ ବିଭାଗର ନୁଆ ନାଟକ,ବିନା ଫଳକରେ ହେଉଛି କାର୍ଯ୍ୟ

Spread the love

ସୁନ୍ଦରଗଡ ତା:୧୯/୧/୨୦୨୬(ସନ୍ଧାନ ନ୍ୟୁଜ) ସବଡେଗା ବ୍ଲକ ରେ ଦୁର୍ନୀତିର ନାଆଁ କୁ ନେଇ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଲୋକଙ୍କ ସୁବିଧା ପାଇଁ ଶିକ୍ଷା,ସ୍ବାସ୍ଥ୍ୟ ସହିତ ରାସ୍ତା ଘାଟ ସୁବିଧା ହେବାର ଆବଶ୍ୟକତା ଥିବା ବେଳେ ଜଳସେଚନ ବିଭାଗ  ପକ୍ଷରୁ କେନାଲ ର ହିଡ ଉପରେ ରାସ୍ତା ତିଆରି କାର୍ଯ୍ୟ ଲୋକଙ୍କ  ସୁବିଧା କରୁଥିବା ବେଳେ କେନାଲ ଅବସ୍ଥା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସବଡେଗା କୁ  ଆସୁଥିବା ମୁଖ୍ୟ କେନାଲ ର ଅବସ୍ଥା ନ କହିବା ଭଲ, ହେଲେ ବିଭାଗୀୟ ଅଧିକାରି ସହିତ ଠିକାଦାର ପୋଷା ନୀତିରେ ସାଧାରଣ ଜନତାଙ୍କ ହିତ ବଳୀ ପଡୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସବଡେଗା ରେ କେନାର କାର୍ଯ୍ୟରେ କୋଟି କୋଟି ଟଙ୍କା ବିଭାଗୀୟ ଅଧିକାରି ସହିତ ଠିକାଦାର ବିନା ଫଳକ ରେ କାର୍ଯ୍ୟ ହେବା ଚର୍ଚ୍ଚା ହେଉଛି।   ରାଜ୍ୟ ରାସ୍ତା ସହିତ ଅଞ୍ଚଳ ରାସ୍ତାର ଅବସ୍ଥା ଶୋଚନୀୟ ଥିବାବେଳେ ସମୟରେ ଦୁର୍ଘଟଣା ଘଟି ଜୀବନ ଯାଉଥିବା ବେଳେ କେନାଲ ରାସ୍ତାରେ କୋଟି କୋଟି ଟଙ୍କା ଆତ୍ମସାତ କରିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।  ଏଥିରେ ଜଳସେଚନ ବିଭାଗ କମିଟି ସୋଇ ପଡ଼ିଥିବା ସହିତ  ଦୁର୍ନୀତି ହେବା ଏକ ବଡ ପ୍ରଶ୍ନ ? ଏଥିରେ ଜିଲ୍ଲା ବିଭାଗୀୟ ଅଧିକାରୀ ସହିତ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିବା ଜଣାପଡିଛି ।

Related Posts

About The Author

Add Comment