ସୁନ୍ଦରଗଡ ତା:୨୭/୮/୨୦୨୫(ସନ୍ଧାନ ନ୍ୟୁଜ ) ସବଡେଗା ମୁଖ୍ୟ ବସଷ୍ଟାଣ୍ଡ ସମ୍ମୁଖରେ ଆଜି “ବସଷ୍ଟାଣ୍ଡ କା ରାଜା” ଗଣେଶ ପୂଜା କମିଟି ପକ୍ଷରୁ ମହା ସମାରୋହରେ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜାରେ ବିଧାନ ସଭା ଉପ ବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଯୋଗଦେଇ ଗଜାନନ ଙ୍କ ପୂଜାର୍ଚ୍ଚନା କରିବା ସହିତ ଅଞ୍ଚଳ ପାଇଁ ସଦାସର୍ବଦା ଆଶୀର୍ବାଦ କାମନା କରିଥିଲେ ।ପୂଜାର କର୍ତ୍ତା ରୂପେ ବଣ୍ଟି ନାଏକ ଓ ତାଙ୍କ ଧର୍ମପତ୍ନୀ ସୋନାଲି ନାଏକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଅଞ୍ଚଳରେ ଏହି ଗଣେଶ ପୂଜା ବିଗତ ଅନେକ ଦିନରୁ ଶାନ୍ତି ଶୃଙ୍ଖଳାରେ ହେଉଥିବା କାରଣରୁ ଅଞ୍ଚଳରେ ସାଧୁବାଦ ହେଉଥିବା ଜଣାପଡିଛି । ତଳସରା ଥାନାପକ୍ଷରୁ ସୁରକ୍ଷା କୁ ଆଖି ଆଗରେ ରଖି ସମସ୍ତ ପଦକ୍ଷେପ ନିଆଯାଇଥିବା ସୂତ୍ରରୁ ଜଣାପଡିଛି । ପୂଜା ପରେପରେ ପୂଜାରେ ଉପସ୍ଥିତ ସମସ୍ତ ଭକ୍ତ ଙ୍କ ସହିତ ପ୍ରତ୍ୟେକ ପଥଚାରୀ ଙ୍କୁ ଭୋଗ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ।ସନ୍ଧ୍ୟା ସମୟରେ ଭାଗବତ କାର୍ଯ୍ୟକ୍ରମର ଆୟୋଜନ ଥିବା ବେଳେ ଅଞ୍ଚଳର ଭାଗବତ ପ୍ରେମୀ ସହିତ ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭାଗବତ କାର୍ଯ୍ୟକ୍ରମରେ ସମ୍ମିଳିତ ଥିବା ପ୍ରତ୍ୟେକ ଭକ୍ତ ପ୍ରଭୁଙ୍କ ଗାଥାରେ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା ।କାର୍ଯ୍ୟସୂଚୀ ଅନୁସାରେ ଆଗାମୀ ଦିନରେ ଭଜନ ସନ୍ଧ୍ୟା , ବଲାଙ୍ଗୀର ର ଆରକେଶଟ୍ରା ର ବିଶେଷ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ରହିଛି । କମିଟି ପକ୍ଷରୁ ପ୍ରତ୍ୟେକ୍ କାର୍ଯ୍ୟ କିପରି ଶାନ୍ତି ଶୃଙ୍ଖଳାରେ ସମ୍ପାଦନ ହେବ ତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ଜଣାପଡିଛି ।



