ସବଡେଗା ରାଜସ୍ବ ନିରୀକ୍ଷକ ଅଫିସ ସଙ୍କଟାପନ୍ନ ସ୍ଥିତିରେ,ଲୋକେ ମୌଳିକ ସୁବିଧାରୁ ବଂଚିତ

Spread the love

ସୁନ୍ଦରଗଡ଼ ତା:୮/୨/୨୦୨୬( ସନ୍ଧାନ ନ୍ୟୁଜ) ସବଡେଗା ରେ  ଥିବା ରାଜସ୍ବ ବିଭାଗର ଅଫିସ ଦୟନୀୟ ସ୍ଥିତିରେ ଥିବା ଦେଖିବାକୁ ମିଳୁଛି । ସରକାରଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ରାଜସ୍ବ ଅଫିସ ର ରୁପାନ୍ତରିକରଣ  ହୋଇ ସାରିଥିବା ବେଳେ ସବଡେଗା ଏକ ବ୍ଲକ ହୋଇ ତାର କାର୍ଯ୍ୟ ନ ହେବା  ଏକ ବଡ ପ୍ରଶ୍ନ ଘେରରେ ରହିଛି । ସବଡେଗା ଅଫିସ କୁ ଅନେକ ଲୋକ କାର୍ଯ୍ୟକୁ ନେଇ ଆସୁଥିବା ବେଳେ ବସିବା ସହିତ ପାଣିର ସୁବିଧା ଆଜି ପର୍ଯ୍ୟନ୍ତ ନ ହେଲା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଜଣାପଡିଛି । ପ୍ରାରମ୍ଭିକ ସମୟରୁ ଅଫିସ ଛପର ଲାଗିଥିବା ବେଳେ ଏବେ ତା ସହିତ ବର୍ଷା ଦିନେ ଘର ଭିତରକୁ ପାଣି ନ ଯିବାପାଇଁ ପାଲ ଦିଆ ହୋଇଥିବା ଦେଖିବାକୁ ମିଳିଛି । ସବଡେଗା ବ୍ଲକ ଅଧିନରେ ଥିବା   କିରାଲଗା, ହମିରପୁର, କରମଡିହି ଓ ରାଜପୁର ରେ ରାଜସ୍ଵ ଅଫିସର ରୂପାନ୍ତରିକରଣ ସରିଥିବା  ବେଳେ ବ୍ଲକ ଅଞ୍ଚଳର ରାଜସ୍ବ ଅଫିସର ଉନ୍ନତିକରଣ ନ ହେବା ଅନେକ ଦିଗକୁ ଇଙ୍ଗିତ କରୁଥିବା ସୂଚନା ରହିଛି ।  ସବଡେଗା ବ୍ଲକର ଅଧୀନରେ ଥିବା  ପ୍ରତ୍ୟେକ ରାଜସ୍ବ ଅଫିସ ଖୋଲା ରହୁଥିବା ବେଳେ ରାଜସ୍ଵ ନିରୀକ୍ଷକ ନ ରହି ଅନେକ ସମୟ ତହସିଲ କାର୍ଯ୍ୟାଳୟରେ ରହୁଥିବା ବେଳେ ଲୋକେ ସୁବିଧାରୁ ବଞ୍ଚିତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି କାରଣରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବିଶେଷ ସୂତ୍ରରୁ ଜଣାପଡୁଛି । ରାଜସ୍ବ ଅଫିସ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ବେଳେ ଲୋକେ ତାର ଉପଯୁକ୍ତ ସୁବିଧା ପାଇପାରୁ ନଥିବାରୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି ।ବିଭାଗୀୟ କତୃପକ୍ଷ ସହିତ ଜିଲ୍ଲା ପ୍ରଶାସନ ଏଥିରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment