ସବଡେଗା ବ୍ଲକରେ ଯତରା- ୨୦୨୬ ଅନୁଷ୍ଠିତ,ଯୋଗଦେଲେ ଓଡ଼ିଶା ସରକାର ଉପବାଚସ୍ପତି ମହୋଦୟ

Spread the love

ସୁନ୍ଦରଗଡ଼ ତା:୪/୨/୨୦୨୬(ସନ୍ଧାନ ନ୍ୟୁଜ) ଆଜି ସବଡେଗା ରେ ଯାତରା -୨୦୨୬ ହସ ଉଲ୍ଲାସରେ ସମ୍ପନ୍ନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନ ସଭା ଉପବାଚସ୍ପତି ତଥା ତଳସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗ ଦେଇଥିବା ବେଳେ ସମାନିତ୍ବ ଅତିଥି ରୂପେ ରଘୁନାଥ ପାଲି ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ସବଡେଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସବଡେଗା ତହସିଲଦାର ମିନତି ନାଏକ,ସବଡେଗା ସିଡ଼ିପିଓ, ବ୍ଲକ ଚେୟାରମେନ କୁନ୍ତି ପ୍ରଧାନ,ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା,ସାଂସଦ ପ୍ରତିନିଧି ପ୍ରଶାନ୍ତ ସେଠ,ବିଧାୟକ ପ୍ରତିନିଧି ଗୁଲସନ ବାରୁଆ,ତଳସରା ଭାରାପ୍ରାପ୍ତ ଡିଏସପି ପୁଷ୍ପେନ୍ଦୁ ସାଗର ଉପସ୍ଥିତ ଥିଲେ । ଏହି ଯାତ୍ରା କାର୍ଯ୍ୟକ୍ରମରେ କିପରି ଭାବରେ କଳା ସଂସ୍କୃତିକୁ  ରୀତିମତ ଭାବରେ ବିକଶିତ ହେବ ସେ ଦିଗରେ ସ୍ଥାନୀୟ ବିଡ଼ିଓ ବିଶ୍ଵନାଥ ସାହୁ ବିଶଦ ଭାବରେ ବର୍ଣ୍ଣନା କରିବା ସହିତ ଅଞ୍ଚଳବାସୀଙ୍କ ଏଥିରେ ଆଗଭର ହେବାକୁ ଅନୁରୋଧ କରିଥିଲେ । କଳା ସଂସ୍କୃତି ଦିଗରେ ସରକାର ପ୍ରତିଟି ମୁହୂର୍ତ୍ତ ସଜାଗ ରହିଛି ବୋଲି ଉପବାଚସ୍ପତି ମହୋଦୟ ତାଙ୍କ ବକ୍ତବ୍ୟରେ କହିଥିଲେ । ବାରମାସ କୁ ତେର ପର୍ବ କୁହାଯାଉଥିବା ବେଳେ ଏବେ ଚଉଦ ପର୍ବ ହିସାବରେ ଏହା ପାଲନ କରାଯିବା ସହିତ ଏଥିପ୍ରତି ଯତ୍ନବାନ ହେବାକୁ ସମ୍ମାନିତ ଅତିଥି ରଘୁନାଥପାଲି ବିଧାୟକ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ର ଅନେକ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ନାଚ,ଗୀତ,ସଙ୍ଗୀତ ମାଧ୍ୟମରେ ନିଜ କଳା ର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।ଏହି ଯତରା କାର୍ଯ୍ୟକ୍ରମରେ ଅନେକ ପ୍ରକାର ଷ୍ଟଲ ଲାଗିଥିବା ବେଳେ ଉପବାଚସ୍ପତି ମହୋଦୟ ପ୍ରତି ଷ୍ଟଲ ବୁଲି କଳା ଓସଂସ୍କୃତିର ନିଖୁଣ ଚିତ୍ର ଦେଖି ଥିବା ଜଣାପଡିଛି । ସବଡେଗା ବ୍ଲକର ସମସ୍ତ ସରପଞ୍ଚ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ତଳସରା ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବା ଦେଖିବାକୁ ମିଳିଥିଲା । ଅଞ୍ଚଳର  ଆବାଳବୃଦ୍ଧବନିତା ଏଥିରେ ଯୋଗ ଦେଇ କାର୍ଯ୍ୟକୁ ସାଫଲ୍ୟ କରିଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment